ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ୫ ହଜାର ଟଙ୍କାକୁ ବୃଦ୍ଧି ହେଲା ବରିଷ୍ଠ ସେବାୟତଙ୍କ ପେନସନ

youtube

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ ।  ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା। ଚାରି ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ନାଟମଣ୍ଡପରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଆଲୋଚନା ହୋଇଥିଲା। କାଠ ରାମ୍ପ ଡିଜାଇନରେ ପରିବର୍ତ୍ତନ କରାଯିବ।

ତ୍ରୁଟି ଶୂନ୍ୟ ଦର୍ଶନ ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ପରିଚାଳନା କମିଟି ଚାହୁଁଛନ୍ତି ଶୃଙ୍ଖଳିତ ଦର୍ଶନ ପାଇଁ। ପ୍ରୋଟୋକଲ ଦର୍ଶନ ପାଇଁ ଏକ ଏସଓପି କରାଯିବ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ। ରତ୍ନ ଅଳଙ୍କାର ଗୁଡିକର ଡିଜିଟାଇଜେସନ କରାଯିବ। ଆଗକୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ସହିତ ଇଂରାଜୀ ନୂତନ ବର୍ଷ ଆସୁଛି। ମୁଖ୍ୟ ପ୍ରଶାସକ ଏବଂ କମିଟିର ସଦସ୍ୟ ଙ୍କୁ ନେଇ ଅତିରିକ୍ତ ଏସଓପି ପ୍ରସ୍ତୁତ କରାଯିବ। ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତି ମଣତି କରାଯିବ। ଅକ୍ଷୟ ତୃତୀୟା ପୂର୍ବରୁ ଗଣତି ମଣତି ସାରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ବ ଦିଆଯାଇଛି। ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟା ମାମଲା ହାଇକୋର୍ଟରେ ଅଛି।

ରୂପା ଇଟା କିଭଳି ମହାପ୍ରଭୁଙ୍କ ଅଧୀନକୁ ଆସିବ ସେ ନେଇ ଆଲୋଚନା ଚାଲିଛି। ନିୟମ ଅନୁସାରେ ରୂପା ଇଟା ଅଣାଯିବା ପାଇଁ ପ୍ରକ୍ରିୟା କରିବ ଶ୍ରୀମନ୍ଦିର ପ୍ରଶାସନ। ସ୍ବର୍ଣ୍ଣ ଅଳଙ୍କାର ଦାନ ଯୋଜନାରେ ଭକ୍ତମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରିବେ। ଫଳରେ ମହାପ୍ରଭୁଙ୍କ ଅଳଙ୍କାରର ଆଉ ଏକ ସେଟ୍ ହୋଇପାରିବ। ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ କରାଯାଇଛି। ପୁରୀରେ ଯେତିକି ଏଟିଏମ୍ ରହିଛି ଟଙ୍କା ଉଠାଣ ପରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଦେବା ପାଇଁ ଚାହୁଁ ଥିଲେ ଦେଇପାରିବେ ଭକ୍ତ। ସେହିପରି ଖୁବଶୀଘ୍ର ଗୁଣ୍ଡିଚା ମନ୍ଦିର ଭକ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲାଯିବ। ମାହାଲ ଦିଆ ନଯାଇ ଶ୍ରୀମନ୍ଦିର ପ୍ରଶାସନ ଏହାର ଦାୟିତ୍ବ ନେବ।

ଶ୍ରୀମନ୍ଦିର ଜମିଜମା ସୁରକ୍ଷା ନେଇ ଆଲୋଚନା ହୋଇଛି। ଶ୍ରୀମନ୍ଦିର ସୁରକ୍ଷା ଉପରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରାଯାଇ କଡ଼ା ଆଇନ ଅଣାଯିବ। ଇସ୍କନର ଅଦିନିଆ ରଥଯାତ୍ରା ଉପରେ ଆଲୋଚନା ହୋଇଛି। ଇସ୍କନ ଲେଖିକି ଦେଇଛନ୍ତି ସ୍ନାନ ଯାତ୍ରା ଗୋଟିଏ ଦିନରେ କରିବେ । ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନେଇ ଆଲୋଚନା ହୋଇଛି। ସେବାୟତଙ୍କ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି।

ସେବାୟତ କନ୍ୟାଙ୍କ ବିବାହ ପାଇଁ ୫୦ ହଜାରକୁ ବୃଦ୍ଧି କରାଯାଇ ଏକଲକ୍ଷ କରାଯାଇଛି। ବ୍ରତଘର ପାଇଁ ୨୦ ହଜାର କୁ ୫୦ ହଜାର କରାଯାଇଛି। ପୁରୀ ବାସୀଙ୍କ ସ୍ବତନ୍ତ୍ର ଦର୍ଶନ ପାଇଁ ଆଲୋଚନା ହୋଇଛି। ଅନ୍ୟ ଭକ୍ତ ମାନଙ୍କର ଯେଭଳି କିଛି ଅସୁବିଧା ନହେବ ସେନେଇ ଗୁରୁତ୍ବ ଦେଉଛି ଶ୍ରୀମନ୍ଦିର ପ୍ରଶାସନ। ଏନେଇ ଏକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ସବ କମିଟି ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିବା ପରେ ଏସଓପି ପ୍ରସ୍ତୁତ କରାଯାଇ ନିଷ୍ପତ୍ତି ନିଆଯିବ।

Leave A Reply

Your email address will not be published.