
ଜଗତସିଂହପୁର: ବାଲାଂଦେଶୀ ଅନୁପ୍ରବେଶ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ୍ ଓରଫ ସିକୁ କୁ ଗିରଫ କରିଛି ପୁଲିସ୍ । ୧୬ ତାରିଖରେ ସନ୍ଧ୍ୟାରେ ପୁଲିସ୍ ର ଚଡ଼ାଉ ଦେଖି ଚମ୍ପଟ ମାରିଥିଲା । ଶନିବାର ଯାଜପୁର ଠାରେ ଅଭିଯୁକ୍ତ ସିକନ୍ଦର ପୋଲିସ୍ ପଞ୍ଜାରେ ପଡ଼ିଛି । ସିକନ୍ଦର ସାନ ଭାଇ ଅବଦୁଲାକୁ ମଧ୍ୟ ଖୋର୍ଦ୍ଧାରୁ ଗରିଫ କରାଯାଇଛି । ସିକନ୍ଦର ପୁଅ ଓ ଅନ୍ୟ ସହଯୋଗୀକୁ ଅଟକ ରଖିଛି ।
୭ ଦିନ ଧରି ଅଭିଯୁକ୍ତ ସିକନ୍ଦର ସମେତ ତାର ଭାଇ ଫେରାର ଥିଲା। ସଦର ଥାନା ବେହେରାମପୁର ବସ୍ତିରେ ବେଆଇନ ଭାବରେ ଘର କରି ବାଂଲାଦେଶୀମାନଙ୍କୁ ରଖିଥିଲା । ସମୃକ୍ତ ଅଞ୍ଚଳରେ ରହୁଥିବା ଅନେକ ବାଂଲାଦେଶୀ ଘରେ ବୁଲଡ଼ୋଜର ଚଡ଼ାଇଛି ପୋଲିସ୍ ଅଞ୍ଚଳରେ ରହୁଥିବା ଲୋକମାନଙ୍କର ଆଧାରକାର୍ଡ଼ ଯାଞ୍ଚ କରିଛି ପୋଲିସ୍ ।
ସିକନ୍ଦର ପାଖରୁ ଅନେକ ଦସ୍ତାବିଜ ପାର୍ସପୋଟ ଜବତ କରିଛି ପୋଲିସ୍ । ଘଟଣା ସମ୍ନାକୁ ଆସିବାପରେ ଓଡ଼ିଶା ପୋଲିସ୍ ଜଗତସିଂହପୁର ସମେତ ଯାଜପୁର , ଭଦ୍ରକ , ବାଲେଶ୍ଵର, କେନ୍ଦ୍ରାପଡ଼ା, ଓ ଓଡ଼ିଶାର ଅନେକ ସ୍ଥାନରେ ବାଲାଂଦେଶୀ ଅନୁପ୍ରବେଶ ଯାଞ୍ଚ କରୁଛି ପୋଲିସ୍ ।