କନ୍ଧମାଳ ସାଂସଦଙ୍କ ଦ୍ଵାରା ବହୁ ପ୍ରତିକ୍ଷିତ ଇଣ୍ଡୋର ଷ୍ଟାଡିୟମ ପୁନଃ ଉଦଘାଟିତ

add-all

ବାଲିଗୁଡ଼ା,ତା, ୨୫/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର କ୍ରୀଡ଼ାବିତ ଙ୍କ ବହୁ ଦିନର ସ୍ବପ୍ନ ଆଜି ସାର୍ଥକ ହୋଇଛି l କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ଦ୍ଵାରା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଯଥା ରୀତିନୀତି ଅନୁସାରେ ମଙ୍ଗଳ ବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ବାଲିଗୁଡ଼ା ନଗର ବିଜେପି ପକ୍ଷରୁ କର୍ମୀ ଙ୍କ ଗହଣ ରେ ଏକ ବିରାଟ ପଟୁଆର ରେ ଆସି ସାଂସଦ ଶ୍ରୀ ପାଣିଗ୍ରାହୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚି ଥିଲେ । ବାଲିଗୁଡା ଆଇ ଟି ଡି ଏ ଦ୍ୱାରା ୫୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମରାମତି କର୍ଯ୍ୟ କୁ ସମ୍ପୂର୍ଣ୍ଣ କରାଯାଇ ପୁନଃ ଉଦଘାଟନ କରାଯାଇଥିଲା । ଦୀର୍ଘଦିନ ଧରି ମରାମତି କାର୍ଯ୍ୟ ଚାଲୁ ଥିବାରୁ ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଖେଳାଳି ମାନେ ଅଭ୍ୟାସ କରିବାରୁ ବଞ୍ଚିତ ହୋଇ ରହିଥିଲେ। ଆଜି କିନ୍ତୁ କ୍ରୀଡାବିତ୍ ଓ କ୍ରୀଡ଼ା ପ୍ରଶାସକ ଙ୍କ ମନ ରେ ଖୁସିର ଲହରି ଖେଳି ଯାଇଛି। ଆଜିର ଏହି ଉଦଘାଟନ ସମାରୋହ ରେ ଆଇଟିଡିଏ ବାଲିଗୁଡ଼ା ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା , ଉପଖଣ୍ଡ କ୍ରୀଡ଼ା ସଂସଦ ର ସାଧାରଣ ସମ୍ପାଦକ ଡ଼ଃ.ସୁଶାନ୍ତ କୁମାର ଦାଶ , ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ ସାହୁ, ବାଲିଗୁଡ଼ା ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ କାର୍ଯକ୍ରମ କୁ ସଫଳ କରିଥିଲେ।

ad-week
Leave A Reply

Your email address will not be published.