
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ,ବ୍ରହ୍ମପୁରରେ ବୁଧବାର ସମ୍ବିଧାନ ଦିବସ ପାଳନ ହୋଇଯାଇଛି l ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ଏନ.ସି ପଟ୍ଟନାୟକ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ରଖିଥିବା ବେଳେ ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକ ଆଜି ଦିବସର ତଥା ସମ୍ବିଧାନ ଦିବସ ପାଳନ ର ମହତ୍ତ୍ୱ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା, ମୌଳିକ ଅଧିକାର ଏବଂ କର୍ତ୍ତବ୍ୟ ଆଦି ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ l

ସୂଚନା ପ୍ରକାରେ,ଦେଶର ସମ୍ବିଧାନ ସଭା ବର୍ତ୍ତମାନର ସମ୍ବିଧାନକୁ ବିଦ୍ଧିବଧ ଭାବେ ୧୯୪୯ ନଭେମ୍ବର ୨୬ରେ ସ୍ଵୀକାର କରିଥିଲା। ଏହାକୁ ସ୍ଵୀକାର କରାଯିବାର ଦୁଇ ମାସ ପରେ ଦେଶରେ ୧୯୫୦ ଜାନୁଆରୀ ୨୬ ତାରିଖରେ ଲାଗୁ କରାଯାଇଥିଲା କିନ୍ତୁ ନଭେମ୍ବର ୨୬ରେ ଏହାକୁ ଦେଶ ସ୍ଵୀକାର କରିଥିବାରୁ ପ୍ରତିବର୍ଷ ନଭେମ୍ବର ୨୬ରେ ଦେଶରେ ସମ୍ବିଧାନ ଦିବସ ପାଳନ କରାଯାଏ। ତେଵେ ସାମ୍ବିଧାନିକ ମୂଲ୍ୟବୋଧର ପ୍ରଚାର ପ୍ରସାର ଏବଂ ଏହି ବିଷୟରେ ଜନତାଙ୍କୁ ସଚେତନ କରାଇବା ପାଇଁ ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ୨୦୧୫ ନଭେମ୍ବର ୧୯ରେ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନେଇଥିଲା। ଏହି ଦିନ ସ୍କୁଲ ଏବଂ କଲେଜମାନଙ୍କରେ ଭାରତର ସମ୍ଵିଧାନର ପ୍ରସ୍ତାବନା ବିଷୟରେ ପଢାଯାଏ,ଏହା ସହିତ ଭାରତୀୟ ସମ୍ବିଧାନର ବିଶେଷତ୍ଵ ଏବଂ ମହତ୍ଵ ଉପରେ ମଧ୍ୟ ଆଲୋଚନା କରାଯାଏ।
ଏହି ପରିପ୍ରେକ୍ଷୀରେ ବୁଧବାର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ, ବ୍ରହ୍ମପୁର ରେ ସାମ୍ବିଧାନ ଦିବସ ସହ ଏକ ସଚେତନତା ଶିବିର ମଧ୍ୟ ପାଳନ ହୋଇଯାଇଛି l ଯେଉଁଥିରେ ଆଇନ ସେବା ପ୍ରାଧିକରଣ ସଦସ୍ୟ ଶ୍ରୀ ଟି.କେ ରେଡ୍ଡୀ,ଉକ୍ତ ମହାବିଦ୍ୟାଳୟର ପ୍ରତ୍ୟେକ ଅଧ୍ୟାପକ/ଅଧ୍ୟାପିକା ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି l ତେଵେ କାର୍ଯ୍ୟକ୍ରମଟି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଦ୍ୱାରା ସଫଳ ରୂପେ ପରିଚାଳିତ ହୋଇଯାଇଛି l