ଓଡିଶା ରାଜ୍ୟ ମହିଳା କମିଶନ୍ ଙ୍କ ଦ୍ବାରା ବ୍ରହ୍ମପୁର ଠାରେ ଶିବିର ଅଦାଲତ ଅନୁଷ୍ଠିତ

add-all

ଛତ୍ରପୁର : ବ୍ରହ୍ମପୁରର ଉପ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ମହିଳା କମିଶନ୍ ଙ୍କ ଦ୍ବାରା ଏକ ଶିବିର ଅଦାଲତ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଅଦାଲତରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୩୫ଗୋଟି ମୋକଦ୍ଦମା ଦାୟର ହୋଇଥିଲା । ତନ୍ମଧ୍ୟରୁ ଉଭୟ ପକ୍ଷ ୭ଗୋଟି, ଏକ ପକ୍ଷ ପିଟିସନ୍ ଦାୟର କରିଥିବା ୧୬ ଜଣ ଏବଂ ଅନ୍ୟ ପକ୍ଷର ୨ ଜଣ ଏହିପରି ମୋଟ୍ ୨୫ ପକ୍ଷ ଉପସ୍ଥିତ ଥିଲେ । ସେଥି ମଧ୍ୟରୁ ସୌହାର୍ଦ୍ଧ୍ୟପୂର୍ଣ୍ଣ ୪ ଗୋଟି ମୋକଦ୍ଦମା ସମାଧାନ କରାଯାଇଥିବା ବେଳେ, ୨ ଗୋଟି ମୋକଦ୍ଦମା ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ, ୩ ଗୋଟି ମୋକଦ୍ଦମା ସୁରକ୍ଷା ଅଧିକାରୀଙ୍କୁ ପ୍ରେରଣ କରାଯାଇଥିଲା । ପରବର୍ତ୍ତୀ ଶୁଣାଣୀ ନିମନ୍ତେ ୧୨ ଜଣଙ୍କୁ ନୋଟିସ୍ ପ୍ରେରଣ କରାଯାଇଥିବା ବେଳେ ଅନିବାର୍ଯ୍ୟ କାରଣ ବଶତଃ ଗୋଟିଏ ମୋକଦ୍ଦମାକୁ ସ୍ଥଗିତ ରଖାଯାଇଥିଲା । ଅନ୍ୟଏକ ମୋକଦ୍ଦମାରେ କୌଣସି ପକ୍ଷ ସହଯୋଗ ନକରିବା ଯୋଗୁଁ ତାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ଦୁଇଗୋଟି ମୋକଦ୍ଦମାକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ନୂତନ ଭାବେ ଆଉ ଗୋଟିଏ ମୋକଦ୍ଦମା ପଞ୍ଜିକୃତ କରାଯାଇଥିଲା ।

        ଏହି ଶିବିର ଅଦାଲତରେ ମହିଳା କମିଶନ୍ ର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି, ସଭ୍ୟ ଶ୍ରୀମତୀ ମୁକ୍ତା ସାହୁ, ଶ୍ରୀମତୀ ବନ୍ଦନା ମହାନ୍ତି  ପରାମର୍ଶଦାତା, ଶ୍ରୀମତୀ ପ୍ରିୟଦର୍ଶନୀ ଆଚାର୍ଯ୍ୟ ପରାମର୍ଶଦାତା, ଭାରପ୍ରାପ୍ତ ଉପ ଜିଲ୍ଲାପାଳ ଶ୍ରୀମତୀ ରୀନା ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ବ୍ରହ୍ମପୁର କୈଳାଶ ଚନ୍ଦ୍ର ବୁରୁଦା ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.