ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ଭିଧାନ ଦିବସ ପାଳିତ : ଯୋଗ ଦେଲେ ବାହୁବଳୀ ନେତା ରମେଶ ଜେନା

youtube

କାର୍ଯ୍ୟକ୍ରମ ରେ କେବଳ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର କର୍ମୀଙ୍କ ଭିଡ଼……!
ବ୍ରହ୍ମପୁର: ବାହୁବଳୀ ନେତାଙ୍କ ପକ୍ଷରୁ ଆସିକା ଟାଉନହଲ୍ ଠାରେ ସମ୍ଭିଧାନ ଦିବସ ଜାକ ଜମକ ରେ ପାଳିତ କରାଯାଇଛି। ସାନ ଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସହଯୋଗ ରେ ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କେବଳ ସାନ ଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରୁ ଲୋକଙ୍କୁ ଅଣା ଯାଇଥିବା ଚର୍ଚ୍ଚା ଜୋର ଧରିଛି। ଗଞ୍ଜାମ ଜିଲ୍ଲାରେ “ଡୁବତି ନୟା ” କଂଗ୍ରେସ ଦଳକୁ କେବଳ ସାନଖେମୁଣ୍ଡି ରେ ଜୀବିତ ଭାବେ ରମେଶ ରଖିଛନ୍ତି। ଏହି ବାହୁବଳୀ ନେତା ଯେଉଁଠି ସଭା ସମିତି କଲେ ନିଜ ନିର୍ବାଚନ ମଣ୍ଡଳୀ ର ଲୋକଙ୍କୁ ନେଇ ବାଃ ବାଃ ମାରନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳର ସ୍ଥିତି କହିଲେ କିଛି ନାହିଁ। ଆସିକା ଅଞ୍ଚଳର କିଛି ପୂର୍ବତନ ନାଁ ଲାଗିଥିବା ବ୍ୟକ୍ତି ବିଶେଷ ମଞ୍ଚରେ ଦେଖିବାକୁ ମିଳିଥିଲା। ସୂଚନା ଥାଉକି ରମେଶ ଜେନାଙ୍କୁ ପୂର୍ବରୁ ଗଞ୍ଜାମ ଜିଲ୍ଲା ସଭାପତି ରୂପେ ଦାୟିତ୍ୱ ଦିଆଯାଇଥିଲା ବର୍ତ୍ତମାନ ସେ ରାଜ୍ୟ କଂଗ୍ରେସ ର ଉପ ସଭାପତି ଅଛନ୍ତି ସେ ଦଳ ପାଇଁ ତୃଣ ମୂଳ ସ୍ତରରୁ କାମ କରି ଆଜି ଓଡିଶା କଂଗ୍ରେସ ର ଏକ ଚର୍ଚ୍ଚିତ ଚେହେରା ରୂପେ ପରିଚିତ l ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଦୀର୍ଘ ଦିନ ହେଲା ତାଙ୍କ ଅକ୍ତିଆର ରେ ରହି ଆସୁଛି ବିରୋଧୀ ଦଳ ମାନଙ୍କ ଛାଇ ବି ସେଠାରେ ପଡୁନି କିନ୍ତୁ ବର୍ତ୍ତମାନ ସେ ରାଜ୍ୟ ସଭାପତି ତେଣୁ ଦଳ ତାଙ୍କ ଠାରୁ ବହୁତ କିଛି ଆଶା କରୁଛି ଏହା ସ୍ୱାଭାବିକ କଥା ମଧ୍ୟ l କିନ୍ତୁ ଏହି ସମ୍ବିଧାନ ଦିବସରେ କେବଳ ସାନଖେମୁଣ୍ଡି ନିର୍ବାଚନୀ ମଣ୍ଡଳୀ ର କର୍ମୀ ଓ ଲୋକଙ୍କୁ ଦେଖିବାକୁ ମିଳିଛି ବୋଲି ଖଟିରେ ଚର୍ଚ୍ଚା ହେଉଛି l

Leave A Reply

Your email address will not be published.