ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୟାଗଡ଼ – ଭଞ୍ଜନଗର ରାଜ୍ୟ ରାଜପଥ କେନାଲଛକ ନିକଟସ୍ଥ ଅରଖପଲ୍ଲୀ ଠାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି ।ଗୁରୁତର ଆହତ ଯୁବକ ଜଣକ ସ୍ଥାନୀୟ ରାବରା ମନ୍ଦିର ସାହିର ପୁରସ୍ତମ ପ୍ରଧାନ (୪୨)।ଦୁର୍ଘଟଣା ସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତରକୁ ପ୍ରଥମେ ଓଡ଼ଗାଁ ଡାକ୍ତରଖାନା ଆଣିବା ପରେ ନୟାଗଡ କୁ ସ୍ଥାନାନ୍ତରିତ କରାଯାଇଛି ।ସୂଚନା ଅନୁଯାୟୀ ପୁରସ୍ତମ ବାଇକ ଚଳାଇ ରାବରା ଗ୍ରାମରୁ କେନାଲ ଛକ ଦେଇ କୌଣସି କାର୍ଯ୍ୟରେ ନନ୍ଦିଘୋର ଅଭିମୁଖେ ଯାଉଥିବା ବେଳେ ଘଷାଦେଇପୁର ନିକଟରେ ଚଳନ୍ତା ବାଇକ ଭିତରକୁ କୁକୁର ପଶି ଆସିବାରୁ ଦୁର୍ଘଟଣା ଘଟିଥିଲା ।ତେବେ ବାଇକ ଟି ଦୃତଗତିରେ ଥିବାରୁ ଚାଳକ ପୁରସ୍ତମ ରାସ୍ତା ଉପରେ ଛିଟିକି ପଡ଼ିବାରୁ ଗୋଡ଼, ହାତ, ଆଖି, କାନ ଓ ମୁହଁରେ ଗଭୀର କ୍ଷତ ହୋଇଛି ।

ad-week
Leave A Reply

Your email address will not be published.