ଚିକିଟୀରେ ସ୍ବଦେଶୀ ସଂକଳ୍ପ ଅଭିଯାନ

add-all


ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ କରବାଲୁଆ କଲ୍ୟାଣ ମଣ୍ଡପ ଠାରେ ଚିକିଟୀ ବିଧାନସଭା ସ୍ତରୀୟ ଆତ୍ମନିର୍ଭର ସଂକଳ୍ପ ସ୍ବଦେଶୀ ଜାଗରଣ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇ ଅଞ୍ଚଳ ବସୀ ଏବଂ କର୍ମୀମାନଙ୍କୁ ସ୍ବଦେଶୀ ସଂକଳ୍ପପତ୍ର ମାଧ୍ୟମରେ ବିଦେଶୀ ପରିବର୍ତ୍ତେ ସ୍ବଦେଶୀ ଭାଷା, ସ୍ବଦେଶୀ ଉତ୍ପାଦ ଓ ସ୍ଵଦେଶୀ ସାମଗ୍ରୀ ପ୍ରତି ଆଗ୍ରହ ଓ ବ୍ୟବହାର ରେ ବୃଦ୍ଧି ହୋଇପାରିବ ତାହା ପ୍ରତି ପ୍ରେରଣା ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶ୍ରୀ ସରୋଜ କୁମାର ସାବତ, ସାଂସଦ ପ୍ରତିନିଧି ଶ୍ରୀମତୀ ମୀନା ଦ୍ୟାନ ସାମନ୍ତରା, ଜିଲ୍ଲା ସଂଯୋଜକ ଗୌତମ ମହାରଣା,ଜିଲ୍ଲା ଉପସଭାପତି ୱାଇ. ମୋହନ ରାଓ, ପାତ୍ରପୁର ବ୍ଲକ ଉପାଧ୍ୟକ୍ଷା ଅନାଦି ଚରଣ ପଣ୍ଡିତ, ପାତ୍ରପୁର ଜିଲ୍ଲା ପରିଷଦ ସଭ୍ୟ ଏମ୍. କାମରାଜୂ ଆଦି ପ୍ରମୁଖ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରସନ୍ନ ଭାଇ ଯୋଗ ଦେଇଥିଲେ।
ବିଧାୟକ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ଯେ ପୂର୍ବେ ୧୯୫ ଦେଶମଧ୍ୟରେ ଭାରତ ଅତ୍ୟନ୍ତ ନିମ୍ନସ୍ଥାନରେ ସ୍ଥାନୀତ ହୋଇଥିଲେ ମଧ୍ୟ ଆଜି ସମଗ୍ର ବିଶ୍ୱରେ ୪ର୍ଥ ବିକଶିତ ଓ ଶକ୍ତିଶାଳୀ ଦେଶ ଭାବେ ପରିଚିତ ହୋଇପାରିଛି ଏହା ଆମ ପାଇଁ ଏକ ଗର୍ବର ବିଷୟ। ଅତିଥି ମାନେ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ ଯେ ଆମେ କିପରି ନିଜେ ନିଜେ ଜଣେ କାହା ଉପରେ ନିର୍ଭର ନକରି ଆତ୍ମନିର୍ଭରଶୀଳ ହୋଇପାରିବା ଏବଂ ତାହା ସହିତ ସ୍ଥାନୀୟ ଅଞ୍ଚଳରେ କୃଷକ, ଶ୍ରମିକ, ଯୁବବର୍ଗ ଓ ମହିଳା ମାନଙ୍କ ପାଇଁ ମିଳୁଥିବା କ୍ଷୀର, ଅଣ୍ଡା, ଶସ୍ୟ ଉତ୍ପାଦନର ପ୍ରୋତ୍ସାହନ ଏବଂ ଲକ୍ଷପତି ଦିଦି ଭଳି ଯୋଜନାମାନ ସଶକ୍ତିକରଣର ନୁଆଁ ଅଧ୍ୟାୟ ସୃଷ୍ଟି କରିପାରିଛି ତାକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ରଖିଥିଲେ। ବନ୍ଦେ ମାତରମ-ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ଉଲ୍ଲେଖ କରିବା ସହ ଉକ୍ତ କାର୍ଯ୍ୟକ୍ରମ ଦ୍ଵାରା ପ୍ରଧାନ ମନ୍ତ୍ରୀଙ୍କର ଆହ୍ବାନ କ୍ରମେ ଭାରତୀୟ ଜନତା ପାର୍ଟି ତରଫରୁ ଗତ ସେପ୍ଟେମ୍ବର ମାସ ୨୫ ତାରିଖ ଠାରୁ ଆଗାମୀ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ତିନିମାସ ଧରି ଆତ୍ମନିର୍ଭରଶୀଳ ଭାରତ ଅଭିଯାନ କରି ସମୁଦାୟ ମଧ୍ୟରେ ସ୍ବଦେଶୀ ପ୍ରତି ଆଗ୍ରହ, ଆତ୍ମନିର୍ଭରତା ପ୍ରତି ପ୍ରେରଣା ଓ ଜାତୀୟ ଗର୍ବର ଭାବନାକୁ ଶକ୍ତିଶାଳୀ କରିବା ପାଇଁ ଏହି କାର୍ଯ୍ୟକ୍ରମ ଚିକିଟୀ ଅଞ୍ଚଳରେ ପ୍ରତିଟି ଘରେ ଘରେ ଓ ପ୍ରତ୍ୟେକ ଲୋକମାନଙ୍କ ନିକଟରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରି ୨୦୩୬ ମସିହାରେ ଓଡ଼ିଶାକୁ ବିକଶିତ କରିବା ସହ ୨୦୪୭ ମସିହାରେ ସାରା ବିଶ୍ୱରେ ଭାରତକୁ ବିକାଶ କରିବା ଏହାର ମୂଳ ଲକ୍ଷ୍ୟ।

ad-week
Leave A Reply

Your email address will not be published.