ସୀମାନ୍ତରେ ୬୫ ଲକ୍ଷ ଇନାମି ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

youtube

ମାଲକାନଗିରି, ୨୮।୧୧: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଝିରମ୍ ଘାଟି ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ୨୫ ଲକ୍ଷ ପୁରସ୍କାର ରାଶି ବିଶିଷ୍ଟ ମାଓବାଦୀ ଚୈତୁ ଓରଫ ଶ୍ୟାମ ଦାଦା ନିଜ ସହ ମୋଟ ୧୦ ଜଣ ନକ୍ସଲଙ୍କୁ ନେଇ ସହ ଆତ୍ମସମର୍ପଣ କରିଛି। ସମସ୍ତେ ସୁକମା ଏବଂ ଦରଭା ଡିଭିଜନରେ ସକ୍ରିୟ ଥିଲେ। ଶୁକ୍ରବାର, ଏହି ନକ୍ସଲମାନେ ବସ୍ତର ଆଇଜି ପି.ସୁନ୍ଦରରାଜଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମୁଣ୍ଡରେ ମୋଟ ୬୫ ଲକ୍ଷ ପୁରସ୍କାର ରାଶି ଥିଲା

ଚୈତୁକୁ ନକ୍ସଲ ସଂଗଠନର ଜଣେ ପ୍ରମୁଖ ବ୍ୟକ୍ତି ଭାବରେ ବିବେଚନା କରାଯାଉଥିଲା ଏବଂ ତାଙ୍କ ମୁଣ୍ଡରେ ୨୫ ଲକ୍ଷ ପୁରସ୍କାର ରାଶି ଥିଲା। ଆଇଜି ପି. ସୁନ୍ଦରରାଜ କହିଛନ୍ତି ଯେ ସେ ଦୀର୍ଘ ସମୟ ଧରି ଦରଭା ଡିଭିଜନର ଦାୟିତ୍ୱରେ ଥିଲେ ଏବଂ ୨୦୧୩ ଝିରମ ଘାଟି ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଅନେକ ବରିଷ୍ଠ କଂଗ୍ରେସ ନେତା ଏବଂ ୨୭ ଜଣ ନିହତ ହୋଇଥିଲେ। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ ଅନେକ ଉଚ୍ଚପଦସ୍ଥ କ୍ୟାଡର ଅଛନ୍ତି। ଏଥିରେ ଡିସିଭିଏମ୍ ନକ୍ସଲ ୮ ଲକ୍ଷ ଇନାମି ସରୋଜ ମଧ୍ୟ ରହିଛି। ଏହି ଆତ୍ମସମର୍ପଣ ନକ୍ସଲ ସଂଗଠନ ପାଇଁ ଏକ ବଡ଼ ଧକ୍କା ବୋଲି କୁହାଯାଉଛି।

Leave A Reply

Your email address will not be published.