ଇତିହାସ ରଚିଲା କିଜିଲେଲ୍ମା ଡ୍ରୋନ୍, ବିଶ୍ୱର ପ୍ରଥମ ଦେଶ ଭାବେ ତୁର୍କୀକୁ ସଫଳତା

youtube

ନୂଆଦିଲ୍ଲୀ: ଇତିହାସ ରଚିଲା ତୁର୍କୀର କିଜିଲେଲ୍ମା ଡ୍ରୋନ ।  ତୁର୍କୀର ମାନବବିହୀନ ଯୁଦ୍ଧ ବିମାନ ବା ଡ୍ରୋନ୍ ‘କିଜିଲେଲ୍ମା’ (KIZILELMA) ଏକ ଐତିହାସିକ ସଫଳତା ହାସଲ କରିଛି ।  ଏହି ଡ୍ରୋନ୍ ଟି ଆକାଶ ମାର୍ଗରେ ଉଡୁଥିବା ଏକ ଦ୍ରୁତଗାମୀ ଟାର୍ଗେଟ୍ ବିମାନକୁ ମିସାଇଲ ମାଡ଼ କରି ଖସାଇ ଦେଇଛି ।  ବିଶ୍ୱରେ ପ୍ରଥମ ଥର ପାଇଁ କୌଣସି ଡ୍ରୋନ୍ ଆକାଶରୁ ଆକାଶକୁ (Air-to-Air) ଆକ୍ରମଣ କରି ଅନ୍ୟ ବିମାନକୁ ଧ୍ୱଂସ କରିବାରେ ସଫଳ ହୋଇଛି ।  ଏହି ପରୀକ୍ଷଣର ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଥିଲା ।

ଅର୍ଥାତ୍, ଶତ୍ରୁ ବିମାନକୁ ଠାବ କରିବା ଠାରୁ ଆରମ୍ଭ କରି ମିସାଇଲ୍ ମାଡ଼ କରିବା ପର୍ଯ୍ୟନ୍ତ ମଣିଷର କୌଣସି ହସ୍ତକ୍ଷେପ ନଥିଲା ।  ଡ୍ରୋନ୍ ନିଜେ ନିଷ୍ପତ୍ତି ନେଇ ଟାର୍ଗେଟ୍ କୁ ଧ୍ୱଂସ କରିଥିଲା ।  ଏଥିରେ ତୁର୍କୀର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ‘ଗୋକଡୋଗାନ୍’ ମିସାଇଲ୍ ବ୍ୟବହାର କରାଯାଇଥିଲା ।  ଏହି ପରୀକ୍ଷଣ ବେଳେ ‘କିଜିଲେଲ୍ମା’ ଡ୍ରୋନ୍ ସହିତ ତୁର୍କୀ ବାୟୁସେନାର ୫ଟି F-16 ଯୁଦ୍ଧ ବିମାନ ମଧ୍ୟ ଉଡ଼ାଣ ଭରିଥିଲେ । ଭବିଷ୍ୟତରେ ମଣିଷ ଚାଳିତ ବିମାନ ଏବଂ ଡ୍ରୋନ୍ କିପରି ଏକାଠି ମିଶି କାମ କରିବେ, ତାହାର ଏକ ଉଦାହରଣ ପ୍ରସ୍ତୁତ କହିଛି। ବାୟକାର୍ କମ୍ପାନୀର ମୁଖ୍ୟ ସେଲ୍ କୁକ୍ ବାୟରାକ୍ତାର କହିଛନ୍ତି, “ଏହା ଏକ ନୂତନ ଯୁଗର ଆରମ୍ଭ ।

ଏବେ ମାନବବିହୀନ ଲଢୁଆ ବିମାନ ଆକାଶରେ ନିଜର ପ୍ରାଧାନ୍ୟ ବିସ୍ତାର କରିବେ ।  ‘କିଜିଲେଲ୍ମା’ର ବେଗ ଶବ୍ଦର ବେଗ ଠାରୁ ଅଧିକ ରହିଥିବା ବେଳେ ଏହା ରାଡାର୍ ରେ ସହଜରେ ଧରାପଡିବ ନାହିଁ ।  ଏହି ପରୀକ୍ଷଣ ସହ ତୁର୍କୀ ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ପଛରେ ପକାଇ ଡ୍ରୋନ୍ ଟେକ୍ନୋଲୋଜିରେ ଆଗୁଆ ହୋଇପାରିଛି ।

Leave A Reply

Your email address will not be published.