ଆଦିବାସୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ ଦିବସ ପାଳିତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଶାଖା ଆନୁକୂଲ୍ଯରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି ଭାବେ ଡାକ୍ତର ଲିପୁନ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଅଧ୍ଯକ୍ଷ ଲକ୍ଷ୍ମଣ ପାଳ, ଶ୍ରମତୀ ଗୀତାଞ୍ଜଳି ପଣ୍ଡା, ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ.ବିଭୂତି ଭୂଷଣ ଆଚାର୍ଯ୍ଯ ପ୍ରମୁଖ ଉପସ୍ଥିତ ରହି ଦିବସର ମାହାତ୍ମ୍ଯ ସମ୍ପର୍କ ରେ ଆଲୋକପାତ କରିଥିଲେ l ଏହି ଅବସରରେ କୁଇଜ ଓ ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା l

ଏଥିରେ କୃତୀ ପ୍ରତିଯୋଗୀ ମାନେ ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ l ଅଧ୍ଯାପିକାମାନେ ବିଚାରକ ଆସନରେ ମୂଲ୍ଯାୟନ କରିଥିଲେ l କାଉନସେଲର ମାନସ ରଂଜନ ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ |

ad-week
Leave A Reply

Your email address will not be published.