
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ସଂଗ୍ରାହଳୟ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହାର ନିଷ୍ପତ୍ତି କ୍ୟାବିନେଟ୍ ବୈଠକରେ ନିଆଯାଇଥିଲା । ମନ୍ଦିର ସଂଗ୍ରାହଳୟ ୫୨ ଏକର ଜାଗାରେ ନିର୍ମାଣ କରାଯିବ । ଏହା ବ୍ୟତୀତ ମନ୍ଦିର ସଂଗ୍ରାହଳୟ ନିର୍ମାଣ କାର୍ଯ୍ୟ ଟାଟା ଆଣ୍ଡ୍ ସନ୍ସଙ୍କ ଦ୍ବାରା କରାଯିବ ।
ସୂଚନାନୁଯାୟୀ, ରାଜ୍ୟ ସରକାର ଅଯୋଧ୍ୟାରେ ଲଗାତାର ଅନେକ ନିର୍ମାଣ ପ୍ରକଳ୍ପ କରୁଛନ୍ତି । ରାମ ମନ୍ଦିର ସଂଗ୍ରାହଳୟର ନିର୍ମାଣ ଅଯୋଧ୍ୟାର ମାଝା ଜମଥରାରେ କରାଯିବ । ଯାହା କେବଳ ଆକାରରେ ବଡ଼ ହେବ ନାହିଁ ବରଂ ନିର୍ମାଣରେ ଅନ୍ତର୍ଜାତୀୟ ମାନଦଣ୍ଡକୁ ମଧ୍ୟ ପାଳନ କରିବ । ଏହା ଆଗାମୀ ଦିନରେ ସହରକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଅନେକ ସୁବିଧା ଯୋଗାଇବ । ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ନିର୍ମାଣ କାର୍ଯ୍ୟ କରାଯାଉଛି । ଏହି ସରକାରୀ ପଦକ୍ଷେପ କେବଳ ଅଯୋଧ୍ୟାର ବିକାଶ କରିବ ନାହିଁ ବରଂ ଭବିଷ୍ୟତରେ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।
ସୂଚନାଯୋଗ୍ୟ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି । ଯାହା କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଧର୍ମଧ୍ବଜ ଉତ୍ତୋଳନ କରାଯାଇଥିଲା ।