
ନୂଆଦିଲ୍ଲୀ : ବଦଳିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନାମ । ଏବେ ଏହାକୁ ସେବାତୀର୍ଥ ନାମରେ ଜଣାଯିବ । ଏହାର ଉଦ୍ଦେଶ୍ୟ ଶାସନରେ ସେବାର ଭାବନକୁ ବଢାଇବା । ଏହି ପରିବର୍ତ୍ତନ କେବଳ ଗୋଟିଏ ନୁହେଁ, ଦେଶର ଅନେକ ସରକାରୀ ଭବନ ଏବଂ ରାସ୍ତାର ନାମକୁ କିଛି ଦିନ ଭିତରେ ପରିବର୍ତ୍ତନ କରାଯିବ ।
ସେହିପରି କେନ୍ଦ୍ର ସଚିବାଳୟର ମଧ୍ୟ ନୂଆ ନାମ ହୋଇଛି । ଏବେ କେନ୍ଦ୍ରୀୟ ସଚିବାଳୟର ନାମ କର୍ତ୍ତବ୍ୟ ଭବନ ନାମରେ ଜଣାଶୁଣା ହେବ । ସରକାରଙ୍କ କହିବା ମୁତାବକ, ଏହି ପରିବର୍ତ୍ତନ କେବଳ ନାମ ଯାଏଁ ସୀମିତ ନାହିଁ, ବରଂ ସରକାର ଜନତାଙ୍କ ସେବା ପାଇଁ ଉତ୍ସର୍ଗୀକୃତ ବୋଲି ବାର୍ତ୍ତା ଦେଉଛି । ଏହି ପରିବର୍ତ୍ତନ ଶାସନକୁ ପ୍ରାଥମିକତାର ନୂଆ ବିଚାରକୁ ଦର୍ଶାଇଥାଏ । ସମଗ୍ର ଦେଶରେ ଥିବା ରାଜଭବନ ନାମ ପରିବର୍ତ୍ତନ କରାଯାଇ ଲୋକ ଭବନ କରାଯାଇଛି ।