ଶ୍ରୀଲଙ୍କାକୁ ଏକ୍ସପାୟାର ରିଲିଫ ସାମଗ୍ରୀ ପଠାଇଲା ପାକିସ୍ତାନ

youtube

ଶ୍ରୀଲଙ୍କା: ବନ୍ୟା ତଥା ଘୂର୍ଣ୍ଣିଝଡ଼ ଡିଟୱା ଦ୍ବାରା ପ୍ରଭାବିତ ହୋଇ ଶ୍ରୀଲଙ୍କା ଏବେ ସଙ୍କଟରେ ଗତି କରୁଛି । ଏଭଳି ସ୍ଥଳେ ପାକିସ୍ତାନ ଶ୍ରୀଲଙ୍କାକୁ ପଠାଇଥିବା ରିଲିଫ ସାମଗ୍ରୀକୁ ନେଇ ନୂଆ ବିବାଦ ଦେଖାଦେଇଛି । ପାକିସ୍ତାନ ପଠାଇଥିବା ରିଲିଫ୍ ସାମଗ୍ରୀ ସବୁ ଏକ୍ସପାୟାର ହୋଇଯାଇଛି । ଶ୍ରୀଲଙ୍କାକୁ ଏକ୍ସପାୟାର ହୋଇଯାଇଥିବା ରିଲିଫ୍ ସାମଗ୍ରୀ ପଠାଉଛି ପାକିସ୍ତାନ । ପାକିସ୍ତାନ ସୋସିଆଲ ମିଡିଆରେ ଏହି ସାମଗ୍ରୀର ଫଟୋ ପୋଷ୍ଟ କରି ପ୍ରଶଂସା ପାଇବାକୁ ଚେଷ୍ଟା କରୁଥିବା ବେଳେ ଫଟୋଗୁଡ଼ିକ ପାକିସ୍ତାନର ପୋଲ୍ ଖୋଲି ଦେଇଛି । ଶ୍ରୀଲଙ୍କାରେ ଥିବା ପାକିସ୍ତାନ ଦୂତାବାସ ଶ୍ରୀଲଙ୍କାକୁ ଯୋଗାଇ ଦିଆଯାଇଥିବା ରିଲିଜ ସାମଗ୍ରୀ ବହୁତ ଦିନର ବୋଳି ଜଣାପଡିଛି ।

ଶ୍ରୀଲଙ୍କାର ବନ୍ୟା ପୀଡିତଙ୍କୁ ସାହାଯ୍ୟ ପାଇଁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ପାକିସ୍ତାନ ମଧ୍ୟ ନିଜକୁ ଉଦାର ଦେଖାଇବାକୁ ଯାଇ ଶ୍ରୀଲଙ୍କାକୁ କିଛି ଖାଦ୍ୟ ସାମଗ୍ରୀ ପଠାଇଥିଲା । ଶ୍ରୀଲଙ୍କାରେ ଥିବା ପାକିସ୍ତାନୀ ଦୂତାବାସ ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ଫଟୋ ସେୟାର କରିଛି ।

ରିଲିଫ୍ ସାମଗ୍ରୀର ଫଟୋ ପୋଷ୍ଟ କରି ଏକ୍ସରେ ଲେଖିଛି ଯେ, “ପାକିସ୍ତାନ ସର୍ବଦା ଶ୍ରୀଲଙ୍କା ସହିତ ଛିଡ଼ା ହୋଇ ରହିଛି । ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ହୋଇଛି । ଏହାର ତାରିଖ ଦେଖିବା ପରେ ସୋସିଆଲ ମିଡିଆରେ ହାଶଟ୍ୟାଗ୍ ଟ୍ରେଣ୍ଡ କରୁଛି ।

ଶ୍ରୀଲଙ୍କାରେ ବାତ୍ୟା ଡିଟୱା ତାଣ୍ଡବ ରଚିବ । ଏଥିରେ ୩୩୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୭୦ ଲୋକ ନିଖୋଜ ରହିଛନ୍ତି । ୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ଲୋକ ଆଶ୍ରୟ ସ୍ଥଳରେ ରହିଛି । ଭାରତ ଅପରେସନ ସାଗର ବନ୍ଧୁ ଅଧିନରେ ୫୩ ଟନ ରିଲିଫ୍ ସାମଗ୍ରୀ ପଠାଇଛି ।

Leave A Reply

Your email address will not be published.