ଯାନ୍ତ୍ରିକ ତ୍ରୁଟି ପାଇଁ ସବୱେରେ ଫସିଲା ଚେନ୍ନାଇ ମେଟ୍ରୋ ଟ୍ରେନ୍

youtube

ଚେନ୍ନାଇ :  ଆଜି ସକାଳେ ଚେନ୍ନାଇ ମେଟ୍ରୋ  ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା । ଯାହା ୱିମକୋ ନଗର ଡିପୋ ଏବଂ ଚେନ୍ନାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଚାଲେ । ସେଣ୍ଟ୍ରାଲ ମେଟ୍ରୋ ଏବଂ ହାଇକୋର୍ଟ ଷ୍ଟେସନ ମଧ୍ୟରେ ମେଟ୍ରୋଟି ଫସିଯାଇଥିଲା । ଯାହାଫଳରେ ଇଲେକ୍ଟ୍ରି ବନ୍ଦ ହୋଇଯାଇଥିଲା । ତେଣୁ ଯାତ୍ରୀମାନେ ତୁରନ୍ତ ଅଭିଯୋଗ କରିଥିଲେ । ଘଟଣାସ୍ଥଳରୁ ସେୟାର ହୋଇଥିବା ଭିଡିଓରେ ଯାତ୍ରୀମାନେ ରେଲିଂକୁ ଧରି ଠିଆ ହୋଇଥିବାର ଦେଖିବାକୁ ମିଳିଛି ।

ଯାତ୍ରୀମାନେ ଘୋଷଣା ହେବା ପୂର୍ବରୁ ୧୦ ମିନିଟ୍ ପାଇଁ “ଫସି ରହିଥିବା” ଅଭିଯୋଗ କରିଥିଲେ । ସେମାନଙ୍କୁ ନିକଟତମ ମେଟ୍ରୋ ଷ୍ଟେସନ, ହାଇକୋର୍ଟ ଷ୍ଟେସନର ପ୍ରାୟ ୫୦୦ ମିଟର ଦୂରରେ ଚାଲିବାକୁ ଅନୁରୋଧ କରାଯାଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ଘଟଣା ସାମ୍ନାକ କରିବାକୁ ପଡିଥିଲା ।

ଏହାରି ମଧ୍ୟରେ ସେବା ସ୍ୱାଭାବିକ ହୋଇଛି ବୋଲି ଚେନ୍ନାଇ ମେଟ୍ରୋ ରେଳ ‘X’ ରେ ପୋଷ୍ଟ କରିଛି । ବ୍ଲୁ ଲାଇନରେ ବିମାନବନ୍ଦର ଏବଂ ୱିମକୋ ନଗର ଡିପୋ ମଧ୍ୟରେ ମେଟ୍ରୋ ଟ୍ରେନ ସେବା ପୁନଃ ସ୍ୱାଭାବିକ ଭାବରେ ଆରମ୍ଭ ହୋଇଛି । ଯାହା ପୁରଚି ଥାଲାଇଭର ଡକ୍ଟର ଏମ୍.ଜି. ରାମଚନ୍ଦ୍ରନ ସେଣ୍ଟ୍ରାଲ୍ ମେଟ୍ରୋ ଷ୍ଟେସନରୁ ଗ୍ରୀନ୍ ଲାଇନରେ ସେଣ୍ଟ ଥମାସ ମାଉଣ୍ଟକୁ ଯାଉଥିବା ଟ୍ରେନଗୁଡ଼ିକ ମଧ୍ୟ ସାଧାରଣ ସମୟସୂଚୀ ଅନୁଯାୟୀ ଚାଲୁଛି ବୋଲି ସୂଚନା ମିଳୁଛି ।

Leave A Reply

Your email address will not be published.