ଖୋଲିଲା ଭାରତର ସବୁଠାରୁ ଲମ୍ବା ଗ୍ଲାସ୍ ସ୍କାଇୱାକ୍

youtube

ବିଶାଖାପଟନମ୍ : ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ନିର୍ମାଣ ହୋଇଛି ବହୁ ପ୍ରତିକ୍ଷୀତ ଗ୍ଲାସ୍ ବ୍ରିଜ । ଡିସେମ୍ବର ୧ ତାରିଖରେ ଟିଡିପି ସାଂସଦ ଭରତ କୈଳାଶଗିରିରେ ନିର୍ମାଣ ହୋଇଥିବା ସ୍କାଇ ୱାକ୍ ବ୍ରିଜକୁ ଉଦ୍ଘାଟନ କରିଛନ୍ତି । ସମୁଦ୍ର ପତ୍ତନଠୁ ୧୦୦୦ ଫୁଟ ଉପରେ ଚାଲିବାର ମଜା ଉଠାଇପାରିବେ ପର୍ଯ୍ୟଟକ । ମନୋରମ ପ୍ରାକୃତିକ ପରିବେଶ ଓ ଅଭିନବ ଡିଜାଇନ୍ ଏହାର ଆକର୍ଷଣକୁ ବହୁଗୁଣିତ କରିଛି ।

୭ କୋଟି ନିବେଶରେ ନିର୍ମିତ ଏହି ପୋଲ ପର୍ଯ୍ୟଟକଙ୍କ ପାଇଁ ଡିସେମ୍ବର ଛୁଟିଦିନକୁ ଆହୁରି ଉତ୍ସାହଜନକ ଓ ରୋମାଞ୍ଚକର କରିବ । ୫୦ ମିଟର ଲମ୍ବ ଏହି ପୋଲ ଭାରତର ଦୀର୍ଘତମ କାଣ୍ଟିଲିଭର ଗ୍ଲାସ୍ ସ୍କାଇୱାକ୍ । ଭୂମିଠୁ ୮୬୨ ଫୁଟ ଏବଂ ସମୁଦ୍ର ପତ୍ତନଠୁ ପ୍ରାୟ ୧୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ଏହି ପୋଲର କାଚ ଜରିଆରେ ଗଭୀର ଉପତ୍ୟକା ତଳର ଦୃଶ୍ୟକୁ ସ୍ପଷ୍ଟ ଭାବେ ଦେଖିହେବ । ଝଡ ତୋଫାନ ଆସିଲେ ମଧ୍ୟ ବ୍ରିଜ ସୁରକ୍ଷିତ ରହିବ । ଏହାକୁ ବହୁତ ମଜବୁତରେ ବନାଯାଇଛି । ୨୫୦ କିମି ପ୍ରତି ଘଣ୍ଟା ସ୍ପିଡରେ ପବନ ହେଲେ ସୁଦ୍ଧା କୌଣସି କ୍ଷତି ହେବ ନାହିଁ ।

Leave A Reply

Your email address will not be published.