ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ‘ମୋ ଖତ’ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ( ଏନଏସି) ପକ୍ଷରୁ ଗଣେଶ ବଜାର ବସଷ୍ଟାଣ୍ଡ ନିକଟରେ ‘ ମୋ ଖତ ବିକ୍ରୟ କେନ୍ଦ୍ର ‘ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଉପସ୍ଥିତିରେ ସର୍ବସାଧାରଣଙ୍କ ନିମନ୍ତେ ଜୈବିକ ସାର ବିକ୍ରୀ ଆରମ୍ଭ ହୋଇଥିବା ବେଳେ ୧୦ ଟଙ୍କା ହିସାବରେ ୫ ମିନିଟ ମଧ୍ୟରେ ୫୦ ପ୍ୟାକେଟ ମୋ ଖତ ବିକ୍ରୀ ହୋଇଥିଲା ।

ଜୈବିକ ସାର ମୋ ଖତ ପାଇଁ ଲୋକ ମାନଙ୍କର ଆଗ୍ରହକୁ ଲକ୍ଷ୍ୟକରି ଅଧିକ ପରିମାଣର ଜୈବିକ ସାର ପ୍ୟାକେଟ ବିକ୍ରୀ କରାଯିବ ବୋଲି ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ ଓଡ଼ଗାଁ ଏନଏସି ଦ୍ଵାରା ସ୍ଥାପନ ହୋଇଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟା କରଣ କେନ୍ଦ୍ର ମାଧ୍ୟମରେ ପ୍ରସ୍ତୁତ ହେଉଥିବା ମୋ ଖତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଲୋକ ମାନଙ୍କର ଆବଶ୍ୟକତା ପୂରଣ କରିପାରିବ ।

ad-week
Leave A Reply

Your email address will not be published.