
ନୟାଗଡ଼,୩/୧୨(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ଅନ୍ତର୍ଗତ ରତ୍ନପୁର ସାହିସ୍ଥିତ ସନ୍ଥ ବୈଷ୍ଣବ କବି ଭକ୍ତଚରଣଙ୍କ ସାଧନାସ୍ଥଳ ତଥା ବୃନ୍ଦାବନ ଚନ୍ଦ୍ର ଦେବଙ୍କ ମଠ ଆନୁକୂଲ୍ୟରେ ଓ ବୃନ୍ଦାବନ ଚନ୍ଦ୍ର ଦେବ ମଠାଧୀସ ମହନ୍ତ ପରମାନନ୍ଦ ଦାଶ ମହାରାଜ ଏବଂ ବୃନ୍ଦାବନ ଚନ୍ଦ୍ର ଦେବ ଉନ୍ନୟନ ପରିଷଦର ସଭାପତି ସଞ୍ଜୟ କୁମାର ସାହୁଙ୍କ ମିଳିତ ଆବାହକତ୍ୱରେ ମଙ୍ଗଳ ବାରଦିନ ଦ୍ଵାବିଂଶ ତମ ବାର୍ଷିକ ବିଶ୍ଵଶlନ୍ତି ମହାଯଜ୍ଞ ମହା ଆଡମ୍ବର ସହକାରେ ଉଦଘାଟିତ ହୋଇଯାଇଅଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞ ମଙ୍ଗଳ ବାରଦିନ ଶୁଭା ଧିବାସ, ଅଗ୍ନି ସ୍ଥାପନ, ବୁଧବାରଦିନ ଗୀତାଯଜ୍ଞ ଓ ଗୀତାହୁତି ପ୍ରଦାନ ଓ ଗୁରୁବାରଦିନ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ।
ପ୍ରତ୍ୟେକ ଦିନ ସନ୍ଧ୍ୟlରେ ୬ଟାରୁ ରାତ୍ର ୮ଟା ସମୟରେ ଭକ୍ତି ସଂଗୀତ ପରିବେଷଣ ଓ ଅଧ୍ୟାପକ ତଥା ପ୍ରବଚକ -ପଣ୍ଡିତ ରବୀନ୍ଦ୍ର କୁମାର ସାହୁଙ୍କ ଦ୍ୱାରା ରାତ୍ର ୮ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଭାଗବତ ଗୀତା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉର୍ନ୍ନୟନ ପରିଷଦର ସଭାପତି ଶ୍ରୀ ସାହୁ ସୂଚନା ଦେଇଥିଲେ । ପ୍ରଭୁ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବ ସୁସଜ୍ଜିତ ବିମାନରେ ଗ୍ରାମର ସମସ୍ତ ଦେବାଳୟ ପରିଭ୍ରମଣ କରି ଠାକୁରମାନଙ୍କୁ ନିମନ୍ତ୍ରଣ କରିଥିଲେ । ଏହି କଳସ ଶୋଭା ଯାତ୍ରାରେ ୪ଟି ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିଥିଲେ ଏହି କଳସ ଶୋଭାଯାତ୍ରାକୁ ଗ୍ରାମର ସମସ୍ତ ଗ୍ରାମବାସୀ ଦୁଆରେ କଳସ ଓ ଦୀପପ୍ରଜ୍ବଳନ କରି ଭବ୍ୟ ସ୍ୱାଗତ କରିଥିଲେ । ଗ୍ରାମ ପରିକ୍ରମା ପରେ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବଙ୍କ ଯଜ୍ଞ ମଣ୍ଡପରେ ବ୍ରତଧାରୀ ଭକ୍ତମାନେ କଳସ ସ୍ଥାପନ କରିଥିଲେ । ଏହି ବିଶ୍ଵଶାନ୍ତି ମହାଯଜ୍ଞ ସତ୍ୟ, ନ୍ୟାୟ ଓ ଧର୍ମ ସଂସ୍ଥାପନ ଉଦେଶ୍ୟରେ ହେଉଥିବା ନେଇ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବ ମଠାଧୀସ ୧୦୮ ମହନ୍ତ ପରମାନନ୍ଦ ଦାଶ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଦେବ ଉନ୍ନୟନ ପରିଷଦର ସମସ୍ତ ସଦସ୍ୟ, ରତ୍ନପୁର ସାହିର ଯୁବଗୋଷ୍ଠୀ ଓ ରାଜସୁନାଖଳା ଗ୍ରାମବାସୀମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ ।