କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

youtube

ଗୁଜରାଟ : ଗୁଜରାଟର ଭାବନଗର କାଲ ନାଲା ଅଞ୍ଚଳର ଏକ କମ୍ପ୍ଲେକ୍ସରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ବେସମେଣ୍ଟରୁ ଆରମ୍ଭ ହୋଇଥିବା ନିଆଁ ଶୀଘ୍ର କୋଠା ସାରା ବ୍ୟାପି ଯାଇଥିଲା । କୋଠାରେ ଅନେକ ହସ୍ପିଟାଲ ରହିଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କୋଠାରେ ଅଗ୍ନିକାଣ୍ଡ ବ୍ୟାପିଯାଇଥିବାରୁ  ରୋଗୀମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ସମୟରେ କାଲୁଭା ରୋଡ୍ ନିକଟସ୍ଥ ଏକ ପାଥୋଲୋଜି ଲ୍ୟାବରେ ଅଗ୍ନିକାଣ୍ଡ ଘଟିଥିଲା । ସେଠାରେ ଅନେକ ଡାକ୍ତରଖାନା, ଅନ୍ୟାନ୍ୟ ଦୋକାନ ଏବଂ କାର୍ଯ୍ୟାଳୟ ରହିଛି । ଅଗ୍ନିକାଣ୍ଡ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପିଲା ଏବଂ ଅନ୍ୟାନ୍ୟ ରୋଗୀମାନଙ୍କୁ କାଚ ଭାଙ୍ଗି ଉଦ୍ଧାର କରାଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଝରକା ଉପରେ ଏକ ସିଡ଼ି ରଖି ପିଲାମାନଙ୍କୁ ଚାଦରରେ ଗୁଡ଼ାଇ ଜଣ ଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଏଥିସହ ସମସ୍ତ ରୋଗୀଙ୍କୁ ମେଡିକାଲ କଲେଜର ସର୍. ଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ସୂଚନା ପାଇ ଘଟଣାସ୍ଥଳରେ ୫ଟି ଦମକଳ ମାହିନୀ ଗାଡ଼ି ସହିତ ୫୦ ଜଣ କର୍ମଚାରୀ ଅଗ୍ନିକାଣ୍ଡ ଆୟତ୍ତ କରିବାକୁ ନିୟୋଜିତ ହୋଇଥିଲେ । ଗୋଟିଏ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବାହିନୀ ଟିମ୍ ସଫଳ ହୋଇଥିଲେ ।

Leave A Reply

Your email address will not be published.