ଡାକ୍ତର କେ.ଲକ୍ଷ୍ମୀବାଇଙ୍କୁ ସମ୍ବର୍ଦ୍ଧନା କଲେ ଭାଜପା ଜିଲ୍ଲା ସଭାପତି ସରୋଜ ସାବତ

add-all

ବ୍ରହ୍ମପୁର : ବ୍ରହ୍ମପୁର ଭାବା ନଗରସ୍ଥିତ ବ୍ରହ୍ମପୁର ସ୍ତ୍ରୀ ରୋଗ ବିଶେଷଙ୍ଗ ଅବସର ପ୍ରାପ୍ତ ପ୍ରଫେସର ଡାକ୍ତର ଲକ୍ଷ୍ମୀ ବାଇ ଶତାୟୁ ମହିଳା ନିଜର ସେବା ଓ ନିକଟରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ କୁ ନିଜର ସଞ୍ଚିତ ଧନ ୩ କୋଟି ୪୦ ଲକ୍ଷ୍ୟ ଟଙ୍କା ସ୍ତ୍ରୀ ରୋଗ (କର୍କଟ ) ସେବା ପାଇଁ ଦାନ କରିଥିବାରୁ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ସରୋଜ ସାବତ, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ନାୟକ, ସୁରେଶ ପାଢ଼ୀ, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ରାମ ପାତ୍ର ସିଦ୍ଧାନ୍ତ ଗଙ୍ଗଦେଓ, କମାପଲ୍ଲୀ ମଣ୍ଡଳ ସଭାପତି, ପ୍ରଭାତ ଷଡ଼ଙ୍ଗୀ,ବିଧାୟକ ଙ୍କ ଏମକେସିଜି ହସ୍ପିଟାଲ ପ୍ରତିନିଧି ଚିଣ୍ଟୁ ଭାଇ,ରତ୍ନଗ୍ରଭା ସରସ୍ବତୀ ଦେବୀ, ନିବେଦିତା ପାଢ଼ୀ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଡାକ୍ତର ଲକ୍ଷ୍ମୀ ବାଇଙ୍କ ଭାବାନଗର ସ୍ଥିତ ବାସ ଭବନ କୁ ଯାଇ ସମ୍ବର୍ଦ୍ଧିତ କରିବା ସହିତ ଶତାୟୁ ମହିଳା ଡାକ୍ତର ଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ଡାକ୍ତର କେ ଲକ୍ଷ୍ମୀ ବାଇଙ୍କ ତ୍ୟାଗ ଆମ ବ୍ରହ୍ମପୁର, ଗଞ୍ଜାମ ତଥା ଓଡିଶା ପାଇଁ ଗର୍ବ।

ad-week
Leave A Reply

Your email address will not be published.