ଶପଥ ଗ୍ରହଣର ଲେଖା ପଢ଼ିପାରିଲେନି ବିଧାୟିକା

youtube

ପାଟନା: ବିହାର ବିଧାନସଭାର ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଥିବା ବେଳେ ନବ ନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଜେଡିୟୁ ବିଧାୟିକା ବିଭା ଦେବୀଙ୍କୁ ଗୃହରେ ଅପଦସ୍ଥ ହେବାକୁ ପଡିଛି। ବିଭା ଦେବୀଙ୍କ ନାମ ଡକାଯିବାରୁ ସେ ଉଠିପଡି ଶପଥପାଠ କରିବାକୁ ପ୍ରସ୍ତୁତ ହୋଇଥିଲେ। ତେବେ ଦୁର୍ଭାଗ୍ୟର ବିଷୟ ଏହିକି ଯେ ବିଭା ଦେବୀ ହିନ୍ଦୀରେ ଲେଖାଯାଇଥିବା ଶପଥ ଗ୍ରହଣର ବିଷୟବସ୍ତୁକୁ ପଢିପାରିନଥିଲେ। ତାଙ୍କ କଣ୍ଠସ୍ବର ଥରିବାକୁ ଲାଗିଥିଲା। କଷ୍ଟେମଷ୍ଟେ ଗୋଟିଏ ଦୁଇଟି ଶବ୍ଦ ପଢିବାପରେ ବିଭା ଦେବୀ ସମ୍ପୂର୍ଣ୍ଣ ଅପ୍ରସ୍ତୁତ ହୋଇପଡିଥିଲେ। ପାଖରେ ବସିଥିବା ଅନ୍ୟ ଜଣେ ବିଧାୟକଙ୍କୁ ବିଷୟବସ୍ତୁ ପଢି ଶୁଣାଇବାକୁ ବିଭା ଅନୁରୋଧ କରିଥିଲେ। ସଂପୃକ୍ତ ବିଧାୟକ ଜଣକ ଶପଥପାଠର ଲେଖା ପଢିଥିଲେ। ଏହାକୁ ବିଭା ଦେବୀ ଅନୁକରଣ କରିଥିଲେ।

ଏହି ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। କେତେକ ଉପଭୋକ୍ତା ମନ୍ତବ୍ୟ ଦେଇ କହିଛନ୍ତି ଯେ ଯଦି ଜଣେ ବିଧାୟିକା ଶପଥପାଠ କରିନପାରନ୍ତି, ତେବେ ଆଗକୁ ଗୃହରେ ଆଗତ ହେବାକୁ ଥିବା ବିଲ୍‌ ଓ ଅନ୍ୟ କାଗଜପତ୍ରକୁ ସେ କିପରି ପଢିବେ। ସଦ୍ୟ ସମାପ୍ତ ବିହାର ବିଧାନସଭା ନିର୍ବାଚନରେ ବିଭା ଦେବୀ ନୱଡା ଆସନରୁ ଆରଜେଡି ପ୍ରାର୍ଥୀ କୌଶଳ ଯାଦବଙ୍କୁ ୨୭ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।

Leave A Reply

Your email address will not be published.