
ଭିନ୍ନକ୍ଷମମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର ଗୁରୁ ଦାୟିତ୍ଵ: ସମାଜସେବୀ ସୁଶାନ୍ତ ସାବତ
ବ୍ରହ୍ମପୁର : ଅଦ୍ୟ ତା ୦୩.୧୨. ୨୦୨୫ ରିଖ ବୁଧବାର ଦିନ ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ, ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ମହାସମାରୋହରେ ପାଳିତ ହୋଇ ଯାଇଛି । ସକାଳ ୯ ଘଣ୍ଟା ସମୟରେ ଛତ୍ରପୁର ଉପର ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସହର ପରିକ୍ରମା କରି ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ସଚେତନତା ସ୍ଲୋଗାନ ଦେଇ ଛତ୍ରପୁର NAC କଲ୍ୟାଣ ମଣ୍ଡପ ଠାରେ ପହଂଚିଥିଲେ । ଉକ୍ତ ରାଲିକୁ ଛତ୍ରପୁର ଥାନା ଭାରପ୍ରାପ୍ତ ଅଧିକାରୀ ଛତ୍ରପୁର ଶ୍ରୀ ବିଶ୍ୱଜିତ ନାୟକ ଓ ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ନାରାୟଣ ସାହୁ ସବୁଜ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ ।

NAC କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ଜ଼ିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଉର୍ଦ୍ଧ ଭିନ୍ନକ୍ଷମ ଲୋକମାନେ ଯୋଗଦାନ କରିଥିଲେ । ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ନାରାୟଣ ସାହୁଙ୍କ ସଂଯୋଜନା ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ର ଅଧକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାସଂଘର ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ବିଶ୍ୱ ଭିନ୍ନକ୍ଷମ ଦିବସ ୨୦୨୫ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରି ଭିନ୍ନକ୍ଷମ ଲୋକମାନେ କୌଣସି ଗୁଣରେ କମ ନୁହନ୍ତି, ଯଦି ସେମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଏ ତେବେ ସେମାନେ ମଧ୍ୟ ଭାରତର ଅର୍ଥନୀତିରେ ଅଂଶୀଦାର ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀ ସୁଶାନ୍ତ କୁମାର ସାବତ ସଭାପତି ମହାନସଙ୍ଘ ଯୋଗଦେଇ ଭିନ୍ନକ୍ଷମମାନଙ୍କ ଶିକ୍ଷା, ପ୍ରଶିକ୍ଷଣ ଓ ନିଯୁକ୍ତି ଉପରେ ବିସ୍ତୃତ ଭାବେ ଆଲୋଚନା କରିବସହ ଭିନ୍ନକ୍ଷମ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର ଗୁରୁ ଦାୟିତ୍ଵ ବୋଲି ଆହ୍ବାନ ଦେଉଥିଲେ। ସଂମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ଛତ୍ରପୁର ଶ୍ରୀ ମନୋଜ ପ୍ରଧାନ ଯୋଗ ଦେଇ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ମାନଙ୍କୁ ସମାଜରୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସରକାରଙ୍କ ସାମାଜିକ ନିରାପତା ତଥା ବିଭିନ୍ନ ବିକାଶ ମୂଳକ ଯୋଜନାରେ ସେମାନଙ୍କୁ ସାମିଲ କରି ସ୍ୱାବଲମ୍ବୀ କରି ପାରିବା । ଅନ୍ୟତମ ସଂମ୍ମାନନୀୟ ଅତିଥି ଭାବେ ସମାଜସେବୀ ଶ୍ରୀ ସୁଧୀର ପଟ୍ଟନାୟକ ଯୋଗ ଦେଇ ବିଶ୍ୱ ଭିନ୍ନକ୍ଷମ ଦିବସ ଓ ଭିନ୍ନକ୍ଷମତା ଉପରେ ଆଲୋକପାତ କରିଥିଲେ। ଏହା ବ୍ୟତୀତ ବିଶିଷ୍ଟ ସମାଜସେବୀ ଶ୍ରୀ ରାମକୃଷ୍ଣI ରାଓ ଅନ୍ୟତମ ସାନମାନନୀୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସମାଜର ପ୍ରତ୍ୟକ ବ୍ୟକ୍ତି ଏହି ପ୍ରଗତିର ରଥକୁ ଆଗକୁ ନେବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ଯଦି କେବେ ସୁଯୋଗ ମିଳେ ତେବେ ସେ ନିଜେ ଏଥିରେ ସାମିଲ ହେବେବୋଲି ପ୍ରତିଶୃତି ଦେଇଥିଲେ ।
ପ୍ରାରମ୍ଭରେ ସମର୍ଥ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିଵେକ୍ଷଣ କରିଥିବା ବେଳେ ଭିନ୍ନକ୍ଷମ କଳାକାର ମିସାରାଣୀ ପ୍ରଧାନ, ଭଗବାନ ମଲ୍ଲିକ ଓ କୁଶ ଦାସ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୁଗ୍ଧ କରିଥିଲେ। ସମର୍ଥ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ବାବୁସାନ ମଣ୍ଡଳକୁ ଏକ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା I ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ମାନଙ୍କୁ ଗୋଟିଏ ଗୋଟିଏ ପ୍ଲାସ୍ଟିକ ବାଲ୍ଟି ଓ କମ୍ବଳ ଇତ୍ୟାଦି ମହାସଂଘ ତରଫରୁ ପ୍ରଦାନ କରାଯାଇଥିଲା । ଶେଷରେ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ଲୋକମାନଙ୍କୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।ସକାଳ ୯ ଘଣ୍ଟା ସମୟରେ ଛତ୍ରପୁର ଉପର ବସ୍ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ସହର ପରିକ୍ରମା କରି ବିଭିନ୍ନ ପ୍ରକାରର ଭିନ୍ନକ୍ଷମ ସଚେତନତା ସ୍ଲୋଗାନ ଦେଇ ଛତ୍ରପୁର NAC କଲ୍ୟାଣ ମଣ୍ଡପ ଠାରେ ପହଂଚିଥିଲେ । ଉକ୍ତ ରାଲିକୁ ଛତ୍ରପୁର ଥାନା ଭାରପ୍ରାପ୍ତ ଅଧିକାରୀ ଛତ୍ରପୁର ଶ୍ରୀ ବିଶ୍ୱଜିତ ନାୟକ ଓ ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ନାରାୟଣ ସାହୁ ସବୁଜ ପତକା ଦେଖାଇ ଶୁଭ ଉଦଘାଟନ କରିଥିଲେ ।
NAC କଲ୍ୟାଣ ମଣ୍ଡପ ଠାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଗଂଜାମ ଜ଼ିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୩୦୦ରୁ ଉର୍ଦ୍ଧ ଭିନ୍ନକ୍ଷମ ଲୋକମାନେ ଯୋଗଦାନ କରିଥିଲେ । ଗଂଜାମ ଜ଼ିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ନାରାୟଣ ସାହୁଙ୍କ ସଂଯୋଜନା ଓ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ର ଅଧକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାସଂଘର ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ବିଶ୍ୱ ଭିନ୍ନକ୍ଷମ ଦିବସ ୨୦୨୫ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରି ଭିନ୍ନକ୍ଷମ ଲୋକମାନେ କୌଣସି ଗୁଣରେ କମ ନୁହନ୍ତି, ଯଦି ସେମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯାଏ ତେବେ ସେମାନେ ମଧ୍ୟ ଭାରତର ଅର୍ଥନୀତିରେ ଅଂଶୀଦାର ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀ ସୁଶାନ୍ତ କୁମାର ସାବତ ସଭାପତି ମହାନସଙ୍ଘ ଯୋଗଦେଇ ଭିନ୍ନକ୍ଷମମାନଙ୍କ ଶିକ୍ଷା, ପ୍ରଶିକ୍ଷଣ ଓ ନିଯୁକ୍ତି ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସଂମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ଛତ୍ରପୁର ଶ୍ରୀ ମନୋଜ ପ୍ରଧାନ ଯୋଗ ଦେଇ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ମାନଙ୍କୁ ସମାଜରୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସରକାରଙ୍କ ସାମାଜିକ ନିରାପତା ତଥା ବିଭିନ୍ନ ବିକାଶ ମୂଳକ ଯୋଜନାରେ ସେମାନଙ୍କୁ ସାମିଲ କରି ସ୍ୱାବଲମ୍ବୀ କରି ପାରିବା । ଅନ୍ୟତମ ସଂମ୍ମାନନୀୟ ଅତିଥି ଭାବେ ସମାଜସେବୀ ଶ୍ରୀ ସୁଧୀର ପଟ୍ଟନାୟକ ଯୋଗ ଦେଇ ବିଶ୍ୱ ଭିନ୍ନକ୍ଷମ ଦିବସ ଓ ଭିନ୍ନକ୍ଷମତା ଉପରେ ଆଲୋକପାତ କରିଥିଲେ। ଏହା ବ୍ୟତୀତ ବିଶିଷ୍ଟ ସମାଜସେବୀ ଶ୍ରୀ ରାମକୃଷ୍ଣI ରାଓ ଅନ୍ୟତମ ସାନମାନନୀୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ସମାଜର ପ୍ରତ୍ୟକ ବ୍ୟକ୍ତି ଏହି ପ୍ରଗତିର ରଥକୁ ଆଗକୁ ନେବା ଉଚିତ ବୋଲି ମତବ୍ୟକ୍ତ କରିବା ସହ ଯଦି କେବେ ସୁଯୋଗ ମିଳେ ତେବେ ସେ ନିଜେ ଏଥିରେ ସାମିଲ ହେବେବୋଲି ପ୍ରତିଶୃତି ଦେଇଥିଲେ ।
ପ୍ରାରମ୍ଭରେ ସମର୍ଥ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିଵେକ୍ଷଣ କରିଥିବା ବେଳେ ଭିନ୍ନକ୍ଷମ କଳାକାର ମିସାରାଣୀ ପ୍ରଧାନ, ଭଗବାନ ମଲ୍ଲିକ ଓ କୁଶ ଦାସ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୁଗ୍ଧ କରିଥିଲେ। ସମର୍ଥ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ବାବୁସାନ ମଣ୍ଡଳକୁ ଏକ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା I ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ମାନଙ୍କୁ ଗୋଟିଏ ଗୋଟିଏ ପ୍ଲାସ୍ଟିକ ବାଲ୍ଟି ଓ କମ୍ବଳ ଇତ୍ୟାଦି ମହାସଂଘ ତରଫରୁ ପ୍ରଦାନ କରାଯାଇଥିଲା । ଶେଷରେ ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ଉପସ୍ଥିତ ସମସ୍ତ ଭିନ୍ନକ୍ଷମ ଲୋକମାନଙ୍କୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା ।