
ନୂଆଦିଲ୍ଲୀ : ପୁଣି ଦିଲ୍ଲୀର ୨ଟି ୟୁନିଭର୍ସିଟିକୁ ବୋମା ଧମକ ମିଳିଛି । ଦିଲ୍ଲୀର ଏହି ୨ଟି ରାମଜସ କଲେଜ ଏବଂ ଦେଶ ବନ୍ଧୁ କଲେଜକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଯାହା ଇ-ମେଲ୍ ଦ୍ବାରା ମିଳିଥିବା ସୂଚନା ରହିଛି । ସୂଚନା ପାଇ ବମ୍ ସ୍କ୍ବାର୍ଡ ଏବଂ ଦିଲ୍ଲୀର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସନ୍ଦିଗ୍ଧଙ୍କ ସୂଚନା ମିଳିନାହିଁ ।
ସୂଚନାନୁଯାୟୀ, ବୋମା ଧମକ ମିଳିବା ପରେ ଦିଲ୍ଲୀର ୨ଟି କଲେଜରେ ବମ୍ ସ୍କ୍ବାର୍ଡ ଏବଂ ଦିଲ୍ଲୀ ପୋଲିସ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି । ଏହି ଘଟଣାକୁ ରୋକିବା ପାଇଁ ସୁରକ୍ଷା ପ୍ରୋଟୋକଲ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ତୁରନ୍ତ ନିଆଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେମିତି କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ପରିସ୍ଥିତି ଉପରେ ନଜର ରଖିବା ସହିତ ଏହି ଧମକର ସତ୍ୟତାକୁ ଯାଞ୍ଚ କରୁଛି ପୋଲିସ ।
ଆପଣଙ୍କୁ ଜଣାଇ ରଖୁଛୁ ଯେ ଏପରି ଧମକ ମିଳିବା ପ୍ରଥମ ଥର ନୁହେଁ ପୂର୍ବରୁ ଦିଲ୍ଲୀ ସ୍କୁଲକୁ ଧମକ ମିଳିଥିଲା । କିଛି ଦିନ ପୂର୍ବରୁ ମୁମ୍ବାଇ ଏୟାରପୋର୍ଟର ଇଣ୍ଡିଗୋ ବିମାନକୁ ମଧ୍ୟ ଧମକ ମିଳିଥିଲା । ଯାହାଫଳରେ ବିମାନଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଥିଲା ।