ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୌଶଲଙ୍କ ବିୟୋଗ

youtube

ନୂଆଦିଲ୍ଲୀ: ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାମୀ ତଥା ବିଜେପି ସାଂସଦ ବାଂସୁରୀ ସ୍ୱରାଜଙ୍କ ବାପା ସ୍ୱରାଜ କୌଶଲଙ୍କ ପରଲୋକ । ତାଙ୍କ ବିୟୋଗ ନେଇ ଦିଲ୍ଲୀ ଭାରତୀୟ ଜନତା ପାର୍ଟି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛି । ସେ ମିଜୋରାମର ପୂର୍ବତନ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ଦିଲ୍ଲୀର ଲୋଧୀ ରୋଡ୍ ଶ୍ମଶାନ ଘାଟରେ ତାଙ୍କର ଅନ୍ତମ ସଂସ୍କାର କରାଯାଇଛି ।

୭୩ ବର୍ଷରେ ଦୁନିଆରୁ ବିଦାୟ ନେଇଥିବା ସ୍ୱରାଜ କୌଶଲ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଥିଲେ । ସ୍ୱରାଜ କୌଶଲଙ୍କ ଜନ୍ମ ୧୯୫୨ରେ ହୋଇଥିଲା । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ପଢା ଶେଷ କରିଥିଲେ । ୩୪ ବର୍ଷ ବୟସରେ ସେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଭାବେ ନାମିତ ହୋଇଥିଲେ । ଏହାପରେ ୩୭ ବର୍ଷ ବୟସରେ ସେ ମିଜୋରାମର ତୃତୀୟ ରାଜ୍ୟପାଳ ହୋଇଥିଲେ । ୧୯୯୦ରୁ ୧୯୯୩ ଯାଏ ସେ କାର୍ଯ୍ୟ କରିଥିଲେ । ଏହା ବ୍ୟତୀତ ସେ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ । ସେ ୧୯୯୮-୯୯ ଏବଂ ୨୦୦୦-୨୦୨୪ ମଧ୍ୟରେ ରାଜ୍ୟସଭା ସାଂସଦ ଥିଲେ ।

୧୯୭୫ରେ ସ୍ୱରାଜ କୌଶଲଙ୍କ ବିବାହ ସୁଷମା ସ୍ୱରାଜଙ୍କ ସହ ହୋଇଥିଲା । ସୁଷମା ସ୍ୱରାଜ ବିଜେପିର ଶୀର୍ଷ ନେତାଙ୍କ ମଧ୍ୟରେ ଥିଲେ । ପ୍ରଥମ ମୋଦୀ ସରକାରରେ ସେ ବିଦେଶ ମନ୍ତ୍ରୀ ଥିଲେ । ୨୦୧୯ରେ ସୁଷମା ସ୍ୱରାଜଙ୍କ ପରଲୋକ ହୋଇଥିଲା ।

Leave A Reply

Your email address will not be published.