
ଭୁବନେଶ୍ୱର : ଗାନ୍ଧିଜୀଙ୍କ ଉପରେ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଧାନସଭାରେ ଝଡ଼ । ଗୃହରେ ପ୍ରଥମେ ହଙ୍ଗାମା, ପରେ ବିଧାନସଭା ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତମୂର୍ତ୍ତୀ ତଳେ ଧାରଣା । ମୌନ ଧାରଣ ଦେଇଥିଲେ ବିଜେଡି ଓ କଂଗ୍ରେସ ବିଧାୟକ।
ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ଶାସକ ଦଳର ବିଧାୟକମାନେ ଧାରଣା ସ୍ଥଳକୁ ଆସି ବିରୋଧୀଙ୍କୁ ବୁଝାଇଥିଲେ । ଆଜି ଅପରାହ୍ଣ ଅଧିବେଶନରେ ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଚାଲିଥିବା ବେଳେ ବିଜେପି ବିଧାୟକ ସନ୍ତୋଷ ଖଟୁଆ ବିବାଦୀୟ ମନ୍ତବ୍ୟ ରଖିଥିଲେ ।
ଏହି ମନ୍ତବ୍ୟ ପରେ ବିଧାନସଭାରେ ବିରୋଧୀ ହଙ୍ଗାମା କରିଥିଲେ । ପରେ ବାଚସ୍ପତି ବିଧାୟକ ସନ୍ତୋଷ ଖଟୁଅ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ ଦେଇଥିଲେ । କିନ୍ତୁ ଏହା ସତ୍ତ୍ବେ ବିରୋଧୀ ପ୍ରତିବାଦ କରିବା ସହ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ ପାଇଁ ବିଜେପି ବିଧାୟକ ସନ୍ତୋଷ ଖଟୁଆ ରାଜ୍ୟବାସୀଙ୍କ ପାଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ବିଜେଡି ।