ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟର ୩୮ତମ ବାର୍ଷିକ କ୍ରୀଡ଼ା : ପୁରସ୍କାର ବିତରଣ ଉତ୍ସବ

youtube

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ +୨ କ୍ରୀଡ଼ା ସଂସଦ, ସ୍ନାତକ ଓ ସ୍ନାତକୋତ୍ତର କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଦୁଇ ଦିନ ଧରି ଆୟୋଜିତ ୩୮ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉତ୍ତୀର୍ଣ୍ଣ ଅପରାହ୍ଣରେ ସମାହିତ ହୋଇଯାଇଛି l ପୁରସ୍କାର ବିତରଣ ଉତ୍ସବରେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପ୍ରଫେସର୍ ନାରାୟଣ ବେହେରା ମୁଖ୍ୟଅତିଥି ରୂପେ ଯୋଗଦେଇ ନିୟମିତ କ୍ରୀଡ଼ାଭ୍ୟାସ ଓ କ୍ରୀଡ଼ା କ୍ଷେତ୍ରରେ ନୈପୁଣ୍ୟ ପ୍ରଦର୍ଶନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ସମୁଚିତ ବିକାଶ ସମ୍ଭବ ବୋଲି କହିଥିଲେ l ଉଭୟ ଶାରୀରିକ ଓ ମାନସିକ ବିକାଶ ନିମନ୍ତେ କ୍ରୀଡ଼ା ଅପରିହାର୍ଯ୍ୟ ଏବଂ ବିଦ୍ୟାର୍ଥୀମାନେ କ୍ରୀଡ଼ାକୁ ଜୀବନର ଏକ ଅଙ୍ଗ ରୂପେ ଗ୍ରହଣ କରିବା ଆବଶ୍ୟକ ବୋଲି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ମତବ୍ୟକ୍ତ କରିଥିଲେ l
ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର୍ ପ୍ରମିଳା ଖାଡ଼ଙ୍ଗା ପୁରସ୍କାର ବିତରଣ ଉତ୍ସବରେ ସଭାପତିତ୍ବ କରିବା ସହ ପ୍ରାକ୍-ସୂଚନା ପ୍ରଦାନ କରିଥିଲେ l କ୍ରୀଡ଼ା ସଂସଦ ଉପ-ସଭାପତି ପ୍ରଫେସର୍ ଗଙ୍ଗାଧର ବେହେରା ସଂସଦର ବାର୍ଷିକ ବିବରଣୀ ଉପସ୍ଥାପନ କରିବା ସଂଗେ ସଂଗେ ହିନ୍ଦୀ କବିତା ଆବୃତ୍ତି ମାଧ୍ୟମରେ ଜୀବନର ମୂଲ୍ୟ ବୁଝି ଆଗକୁ ଅଗ୍ରସର ହେବାକୁ ଆହ୍ୱାନ ଜଣାଇଥିଲେ l ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ଡ. କୁଳମଣି ଓଝା ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉପଲବ୍ଧି ଓ ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ l ଡ. ଦେବରାଜ ସ୍ୱାଇଁ, ଡ. ଆନନ୍ଦ ସେଠୀ ଓ ଡ. ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉତ୍ସବର ସଂଚାଳନା କରିଥିଲେ l ମୁଖ୍ୟଅତିଥି ପ୍ରଫେସର୍ ବେହେରା ଓ ଅଧ୍ୟକ୍ଷା ଡ. ଖାଡ଼ଙ୍ଗା ଶେଷରେ ସମସ୍ତ କ୍ରୀଡ଼ା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ବିତରଣ କରିଥିଲେ l +୨ ବାଳକ ବର୍ଗରେ କିରଣ ସାହୁ ଚାମ୍ପିଅନ୍ ଟ୍ରଫି ଗ୍ରହଣ କରିଥିବା ବେଳେ +୨ ବାଳିକା ବର୍ଗରେ ଶୁଭଲକ୍ଷ୍ମୀ ଦଳେଇ ଚାମ୍ପିଅନ୍ ଟ୍ରଫି ଗ୍ରହଣ କରିଥିଲେ l ସେହିପରି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ର ବର୍ଗରେ ଜି. ଚନ୍ଦ୍ରଶେଖର ଚାମ୍ପିଅନ୍ ଟ୍ରଫି ହାସଲ କରିଥିବା ବେଳେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀ ବର୍ଗରେ ରୁଚିସ୍ମିତା ପ୍ରଧାନ ଚାମ୍ପିଅନ୍ ଟ୍ରଫି ଗ୍ରହଣ କରିଥିଲେ l ଶେଷରେ ସ୍ନାତକୋତ୍ତର ଇତିହାସ ବିଭାଗ ମୁଖ୍ୟ ଡ. ଦେବରାଜ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
ପୂର୍ବାହ୍ଣରେ କ୍ରୀଡ଼ା ସଂସଦର ସହଯୋଗୀ ଉପ-ସଭାପତି ଡ. ସୁଧାନନ୍ଦ ମହାରଣାଙ୍କ ପ୍ରତ୍ୟକ୍ଷ ସଂଚାଳନାରେ ଡିସ୍କସ୍ ଥ୍ରୋ, ହାଇଜମ୍ପ୍, ୨00 ମିଟର୍ ଓ ୪00 ମିଟର୍ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ମହାବିଦ୍ୟାଳୟ ଅଧ୍ୟାପକମାନଙ୍କ ଅନୁଷ୍ଠିତ ୪00 ମିଟର୍ ଦୌଡ଼ ପ୍ରତିଯୋଗିତାରେ ଡ. ସୁଶାନ୍ତ କୁମାର ପରିଡ଼ା ପ୍ରଥମ ହୋଇଥିବା ବେଳେ ଅଧ୍ୟାପିକାମାନଙ୍କ ମଧ୍ୟରେ ଆୟୋଜିତ ମ୍ୟୁଜିକ୍-ଚେୟାର୍ ପ୍ରତିଯୋଗିତାରେ ଡ. ଶୁଭଶ୍ରୀ ଅପରାଜିତା ପ୍ରଥମ ହୋଇଥିଲେ l ମହାବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଗୌରୀଶଙ୍କର ପାତ୍ର, ବିଭିନ୍ନ ଅନୁଷ୍ଠାନରୁ ଆମନ୍ତ୍ରିତ କ୍ରୀଡ଼ା ଶିକ୍ଷକ ସୁରଥ କୁମାର ଦାଶ, ରମେଶ ଚନ୍ଦ୍ର ବେହେରା, ତ୍ରିପତି ବିଷୋୟୀ ଓ ପାୟଲ୍ ପ୍ରମୁଖ ରେଫରୀ ଭୂମିକା ନିର୍ବାହ କରିଥିଲେ l
ଡ. ଶିବାନୀ ମିଶ୍ର, ଡ. ମାନ୍ନା ମିଲନ୍, ଡ. ଅନୀତା ପତି ଓ ପୁରୁଷୋତ୍ତମ କୁମ୍ଭ ପ୍ରମୁଖ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଡ. ଦେବରାଜ ସ୍ୱାଇଁ, ଡ. କୁଳମଣି ଓଝା, ଡ. ଚିତ୍ତରଞ୍ଜନ ମହାନ୍ତି ଓ ଡ. ମାନ୍ନା ମିଲନ୍ ପ୍ରମୁଖ ଘୋଷକ ରୂପେ ଧାରା ବିବରଣୀ ପ୍ରଦାନ କରିଥିଲେ l ଡ. ବନଲତା ସାହୁ, ଡ. ରବୀନ୍ଦ୍ର କୁମାର ପଣ୍ଡା, ଡ. ସୁଶାନ୍ତ କୁମାର ପରିଡ଼ା, ଡ. ଅଚ୍ୟୁତ କୁମାର ବିଶ୍ୱାଳ, ଅଧ୍ୟାପିକା ସ୍ନେହାସିନୀ ପ୍ରଧାନ, ଡ. ସାରଦା ପ୍ରସାଦ ଦାସ ପ୍ରମୁଖ ସମସ୍ତ ଦୌଡ଼ ପ୍ରତିଯୋଗିତାର ବିଚାରକ ରୂପେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଲଙ୍ଗ୍ ଓ ହାଇଜମ୍ପ୍ ପ୍ରତିଯୋଗିତାରେ ଡ. ରୋଶନି ସାହୁ, ଡ. ଅଶ୍ବିନ କୁମାର ରାଉତ, ଅଧ୍ୟାପକ ଟୁନା ଚିନ୍ତାଲୁ, ଡ. ଚିତ୍ତରଞ୍ଜନ ମହାନ୍ତି, ଅଧ୍ୟାପକ ପାରାଉ ମାଝୀ, ଡ. ଶୁଭଶ୍ରୀ ଅପରାଜିତା, ସୁରେଖା ପ୍ରଧାନ ପ୍ରମୁଖ ବିଚାରକ ଥିଲେ l ସେହିପରି ଡିସ୍-କସ୍ ଥ୍ରୋ ଓ ପୁଟିଂଗ୍ ଦି ସଟ୍ ପ୍ରତିଯୋଗିତାର ବିଚାରକ ରୂପେ ଡ. ମଧୁମିତା ନାୟକ, ଅଧ୍ୟାପକ ରତ୍ନାକର ମିଶ୍ର, ଡ. ବନୋଜ କୁମାର ନାୟକ, ଡ. କାଳିପ୍ରସାଦ ମୁଣ୍ଡା, କାବେରୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l
ଜୁରି ଅଫ୍ ଆପିଲ୍ ପ୍ୟାନେଲରେ ଅଧ୍ୟକ୍ଷା ଡ. ପ୍ରମିଳା ଖାଡ଼ଙ୍ଗା, ଡ. ଦେବରାଜ ସ୍ୱାଇଁ, ଡ. କୁଳମଣି ଓଝା, ଡ. କୃଷ୍ଣଚନ୍ଦ୍ର ବେହେରା, ଡ. ଆନନ୍ଦ ସେଠୀ ଓ ଡ. କମଳାକାନ୍ତ ନାୟକ ପ୍ରମୁଖ ରହିଥିଲେ l

Leave A Reply

Your email address will not be published.