ବଡ଼ ବଡ଼ ବାବୁ ଙ୍କ କଞ୍ଚା ହଳଦୀ ଲୋଭ..! : ଯାହାକୁ ନେଇ ସରକାରୀ ଜମି ହାତେଇବାରେ ସଫଳ ପ୍ରଭାବଶାଳୀ ଜମି ମାଫିଆ …..!

add-all


ବ୍ରହ୍ମପୁର: ଜିଲ୍ଲାର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜିଲ୍ଲାର ପୂର୍ବତନ ବଡ଼ ବାବୁ ମାନଙ୍କୁ କଞ୍ଚା ହଳଦୀ ଯୋଗାଇ ସରକାରୀ ଜମି ହଡପ କରିଥିବା ଚର୍ଚ୍ଚା ଏବେ ଜୋର ଧରିଛି। ଗଞ୍ଜାମ ଜିଲ୍ଲାର ଏହି ପ୍ରଭାବଶାଳୀ ବ୍ୟକ୍ତି ଜିଲ୍ଲା ବାହାରୁ କଞ୍ଚା ହଳଦୀ ମୁଠା ମୁଠା ଟଙ୍କା ଖର୍ଚ୍ଚ କରି ଆଣି ବାବୁ ମାନଙ୍କୁ ଖୁଷ କରି ବିଭିନ୍ନ କାର୍ଯ୍ୟ ହାସଲ କରିଥିବା ନେଇ ଆଲୋଚନା ହେଲାଣି। ବିତ୍ତଶାଳୀ ବ୍ୟକ୍ତି ଜିଲ୍ଲାକୁ ନୂଆ ନୂଆ ରେ ଆସୁଥିବା ବାବୁ ମାନଙ୍କ ଦୁର୍ବଳତା ପରଖିବା ପରେ ବାବୁ ମାନଙ୍କୁ ସନ୍ତୋଷ କରିବା ପରେ ନିଜର ବଡ଼ ବଡ଼ କାର୍ଯ୍ୟ ହାସଲ ସାଙ୍ଗକୁ ନିଜର ବ୍ୟବସାୟ ରେ ସରକାରୀ ସବସିଡି ହାତେଇବା ଥିବାର ନଜିର ବି ରହିଛି। ବିତ୍ତଶାଳୀ ଙ୍କ କଞ୍ଚା ହଳଦିର ମହକ ରେ ବାବୁ ମାନେ ଘାଇଲା ହେଉଥିବା ଆଲୋଚନା ହେଉଛି। ବର୍ତ୍ତମାନ ଜମି ମାଫିଆ ମାନେ ଟଙ୍କା ସହିତ କଞ୍ଚା ହଳଦୀ ଦେଇ କାମ ହାସଲ କରିବାରେ ଲାଗି ପଡୁଛନ୍ତି ଏବଂ ଏଥିରେ ସଫଳ ହେବା ନଜିର ବି ରହିଛି l ଗଞ୍ଜାମ ଜିଲ୍ଲାର ଅତି ମୂଲ୍ୟବାନ ଜମି ବର୍ତ୍ତମାନ ଲିଜ ଆକାରରେ ଚାଲିଯାଇଛି ତାହାବି ସାଗମାଛ ଦରରେ ବୋଲି ବୁଦ୍ଧିଜୀବୀ ଅଭିଯୋଗ ଆଣୁଛନ୍ତି l ଗଞ୍ଜାମ ଜିଲ୍ଲା ରେ ଥିବା ଅତି ମୂଲ୍ୟବାନ ଜମି ତଥା ଗୋଚର ଏବଂ ସରକାରୀ ଜମି ମାଫିଆ ମାନଙ୍କ ଜବର ଦଖଲ ରେ ରହିଛି ଅଭିଯୋଗ କଲେ ବାବୁ ମାନେ ଗଳା ରାସ୍ତା ଦେଖାଉ ଛନ୍ତି l ନୂତନ ସରକାର ଗୋଚର ଏବଂ ସରକାରୀ ଜବର ଦଖଲ ଉଛେଦ ରେ ବୋଲଡଜର ବୁଲାଇବା ଯେଉଁ ଆଦେଶ ଦେଇଛନ୍ତି ତାହାକୁ ବାବୁ ମାନେ ଫୁ କରୁଛନ୍ତି l ଗରିବ ଲୋକଙ୍କୁ ଘର ଖଣ୍ଡେ ଗଢିବାକୁ ଜାଗା ଟିଏ ନାହିଁ କିନ୍ତୁ ବାବୁ ମାନେ ମାଫିଆ ମାନଙ୍କୁ ମୂଲ୍ୟବାନ ଜାଗା ଲିଜ ରେ ଦେଇଛନ୍ତି l ଯାହାର ଯାଞ୍ଚ ଇ ଡି କିମ୍ବା ସି ବି ଆଇ ଦ୍ଵାରା କରିଲେ ଅନେକ ଗୁମର ପଦାକୁ ଆସିବ, ବାବୁ ମାନେ ନିଜ ସ୍ୱାର୍ଥ ହାସଲ କରି କିଛି ଦଲାଲ ମାନଙ୍କୁ ଭବିଷ୍ୟତ କୁ ଆଖିରେ ରଖି ଦେଇଥିବା ଚର୍ଚ୍ଚା ହେଉଛି କାରଣ ସେହିଁ ଜମିରେ ବି ରହିଛି ଭାଗ ବୋଲି ଅନୁସନ୍ଧାନ ରୁ ଲୋକେ ଜାଣିବାକୁ ପାଇଲେଣି ତେଣୁ ବିଜେଡି ଶାସନ ରେ ହୋଇଥିବା ଜମି କେଳାଙ୍କକାରୀ ସଠିକ ତଦନ୍ତ କରିଲେ ବହୁତଥ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହାଲ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.