
ବ୍ରହ୍ମପୁର: ନୟାଗଡ ଜିଲ୍ଲାକୁ ଗଞ୍ଜାମ ଜିଲ୍ଲାର ଆସିକା ନିକଟରୁ ଚୋରା ଦେଶୀ ମଦ ଚାଲାଣ ହେଉଛି। ଅପମିଶ୍ରଣ ମଦ ପ୍ରସ୍ତୁତି ରେ ସାରା ରାଜ୍ୟରେ ଗଞ୍ଜାମ ଜିଲ୍ଲା ସର୍ବ ପ୍ରଥମ। ଇଷ୍ଟ, ୟୁରିଆ ସାଙ୍ଗକୁ ରାସାୟନିକ ପଦାର୍ଥ ବ୍ୟବହାର କରି ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ କରି ଚୋରା ମଦ ମାଫିଆ ମାନେ ମଦ ପ୍ରସ୍ତୁତ କରୁଛନ୍ତି। ଏହି ମଦ ନୟାଗଡ଼ ଜିଲ୍ଲାକୁ ପ୍ରତିଦିନ ବାବୁ ମାନଙ୍କ ଇସାରାରେ ଚାଲାଣ ହେଉଥିବା ଚର୍ଚ୍ଚା ହୋଇ ଆସୁଛି। ଏହା ସାଙ୍ଗକୁ ଗଞ୍ଜାମ ଜିଲ୍ଲାରୁ ହୋମିଓ ପ୍ୟାଥିକ ସ୍ପିରିଟରେ ରଙ୍ଗ ଓ କେମିକାଲ ଦିଆଯାଇ ଵେଦେଶୀ ମଦ ବିଭିନ୍ନ ବ୍ରାଣ୍ଡ ର ବି ପ୍ରସ୍ତୁତ ହେଉଛି ବୋଲି ଅଭିଯୋଗ ହେଉଛି। ଗତ କିଛି ମାସ ତଳେ ବେଗୁନିଆପଡା ଥାନା ଇଲାକା ରେ ହୋମିଓ ପ୍ୟାଥିକ ସ୍ପିରିଟ ଚାଲାଣ ବେଳେ ପୋଲିସ ଧରିବାରେ ସଫଳ ହୋଇଥିଲା।ଗଞ୍ଜାମ ର ନକଲି ବିଷାକ୍ତ ଅପମିଶ୍ରଣ ମଦ ଦ୍ୱାରା ନୟାଗଡ ଜିଲ୍ଲା ରେ ମଦ ମୃତ୍ୟୁ ହେବାର ସମ୍ଭାବନା ରହିଛି। ବେଳଥାଉ ଥାଉ ପ୍ରଶାସନ ଚୋରା ମଦ ଚାଲାଣ କୁ ନ ରୋକିଲେ ମଦ ମୃତ୍ୟୁ ହେଵ ବୋଲି ସାଧାରଣ ରେ ଆଲୋଚନା ହେଉଛି। ଅବକାରୀ ବିଭାଗ ସବୁ ଜାଣି ବଟି ନେଇ ଚୁପ ବସିଛି l ନୟାଗଡ଼ ପୋଲିସ ବାରମ୍ବାର ଚଢ଼ାଉ ଜାରି ରଖିଛି ଚଢ଼ାଉ ରୁ ପୋଲିସ କୁ ସ୍ପଷ୍ଟ ପ୍ରମାଣ ଲାଗିଛି ଯାହାକି ଗଞ୍ଜାମ ରୁ ହିଁ ଚାଲାଣ ହେଉଛି l ମୁଖ୍ୟତଃ ଆସିକା ଏବଂ ପୁରୁଷୋତ୍ତମପୁର ଅଞ୍ଚଳ ରୁ ବ୍ୟାପକ ଭାବରେ ଚାଲାଣ ହେଉଥିବା ଅନୁସନ୍ଧାନ ରୁ ଜଣା ପଡିଛି l ଅବକାରୀ ଏବଂ ଅବକାରୀ ଗୋଇନ୍ଦା ବିଭାଗ କୁ ହାତଵାରିଷି କରି ଏହି ମଦ ମାଫିଆ ମାନେ ଜିଲ୍ଲା ବାହାର କୁ ଚାଲାଣ କରୁଥିବା ଜଣା ପଡୁଛି l ବେକାରେ ଏଣ୍ଡୁଅ ବଦନାମ ହେବା ପରି ପୋଲିସ ବଦନାମ ହେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l