ମନ୍ତ୍ରୀଙ୍କ ତାଗିତ ପରେ ଆକ୍ସନ ମୁଡ଼ ରେ ପ୍ରଶାସନ :ଆସିକା ପୋଲିସ ଦ୍ୱାରା ବେଆଇନ କେନ୍ଦୁପଦର ବାଲି ଘାଟ ଉପରେ ଚଢ଼ାଉ…
୭ ହାଇୱା, ସହିତ ୨ ଜେସିବି ଜବତ କଲା ପୋଲିସ …..!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଋଷିକୂଲ୍ୟା ଓ ବଡ଼ ନଦୀରୁ ରୀତିମତ ଚୋରା ବାଲି ଚାଲାଣ ସମ୍ପର୍କରେ ନିସର୍ତ୍ତ ରେ ଖବର ବାରମ୍ବାର ଖବର ପ୍ରକାଶ ହୋଇ ଆସୁଛି। ଆଜି ଭୋର ସକାଳୁ ଆସିକା ନିକଟସ୍ଥ ଚେର ମେରିଆ ପାଖରେ ଥିବା କେନ୍ଦୁପଦର ବେଆଇନ ବାଲି ଘାଟ ଉପରେ ଆସିକା ପୋଲିସ ଓ ଖଣି ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସେଠାରୁ ୨ ଟି ଜେସିବି ଓ ୭ ଟି ହାଇୱା ଗାଡିକୁ ଜବତ କରାଯାଇଛି। ଏହି ଚଢ଼ାଉ ବେଳେ ଆସିକା ଥାନା ଅଧିକାରୀ କୁଳମଣି ସେଠିଙ୍କ ନେତୃତ୍ୱ ରେ ଚଢ଼ାଉ କରାଯାଇଥିଲା। ଆଜିର ଏହି ଚଢ଼ାଉ ପରେ ଚୋରା ବାଲି ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଆଜି ର ଏହି ଚଢ଼ାଉ ପରେ ପୋଲିସ ର ଏଭଳି କାର୍ଯ୍ୟକୁ ସହରରେ ପ୍ରଶଂସା କରିଛନ୍ତି। ପ୍ରକାଶ ଥାଉକି ଆସିକା ଅଞ୍ଚଳର ମାଫିଆ ମାନେ ଆଉ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି। ନେତା ଙ୍କ ଆଶୀର୍ବାଦ ରେ ଖୁଲାମ ଖୁଲା ଚୋରା ବାଲି ଚାଲାଣ କରୁଛନ୍ତି। ବିନା ୱାଇ-ଫର୍ମ ରେ ଚୋରା ବାଲି ଚାଲାଣ ହେଉଛି। କେନ୍ଦୁପଦର ବାଲି ଘାଟକୁ ନେଇ ଦୁଇ ବାଲି ମାଫିଆ ଗୋଷ୍ଟି ମଧ୍ୟରେ ଛକା ପଞ୍ଝା ଲାଗିବା ସହ ମୁହାଁ ମୁହିଁ ପରିସ୍ଥିତି ହେବା ପରେ ଉକ୍ତ ବେଆଇନ ବାଲି ଘାଟ ବନ୍ଦ ଥିଲା। ବର୍ତ୍ତମାନ କିଛି ଦିନ ହେଲା ଦିନ ରାତି ଖୁଲାମ ଖୁଲା ଚୋରାରେ ବାଲି ଚାଲାଣ ହେଉଥିଲା। ଦୁଇ ଦୁନ ତଳେ ହିଞ୍ଜିଳି ପୋଲିସ ଆସିକା ଅଞ୍ଚଳର ୩ ଟି ଗାଡ଼ି ଜବତ କରି ମୋଟା ଅଙ୍କର ଜରିମାନା ଆଦାୟ କରିଥିବା ଜଣାପଡିଛି। ସୂଚନା ଥାଉକି ବାହୁବଳ ଓ କ୍ଷମତାର ଅପବ୍ୟବହାର କରି ଖଣିଜ ଦ୍ରବ୍ୟ ହର ଲୁଟ ହେଉଛି। ଜବତ ଗାଡିକୁ ଛାଡିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଅଵଲମ୍ବନ କରାଯାଉଥିବା ସହର ରେ ଏବେ ଚର୍ଚ୍ଚା ର ବିଷୟ ହୋଇଛି। ଦେଖାଯାଉ ଘଟଣା ର ମୋଡ଼ କେଉଁ ଆଡକୁ ଯାଉଛି ତାହା ସମୟ କହିବ l କେବଳ ଖଣି ବିଭାଗ ଚଢ଼ାଉ କରିଥିଲେ ଖେଳ ଅଲଗା ହୋଇ ଥାନ୍ତା କିନ୍ତୁ ପୋଲିସ ଦ୍ଵାରା ଏହା ଚଢ଼ାଉ ହୋଇଛି ପୁଣି ଆସିକା ପୋଲିସ ଅଧିକାରୀ ଏକ ସଚୋଟ ଅଫିସର ଭାବେ ବେଶ ଜଣାଶୁଣା ତେଣୁ ଅଞ୍ଚଳ ର ବୁଦ୍ଧିଜୀବୀ ଘଟଣା କୁ ନେଇ ନଜର ରଖିଛନ୍ତି l