
ନୟାଗଡ଼: ପ୍ଲାକାର୍ଡ ମାଧ୍ୟମରେ ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ୍ ଦାବିକୁ ତ୍ୱରାନ୍ୱିତ କରାଯାଇଛି। ନୟାଗଡ଼ ଗୋଲେଇ ଟ୍ରାଫିକ ଛକରେ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ସଚେତନତା ମାଧ୍ୟମରେ କୁହାଯାଇଛି – ରାଜ୍ୟର ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଗଢି ଉଠିଛି।ନୟାଗଡ଼ କଣ ଅନ୍ୟ ଜିଲ୍ଲା ଠାରୁ ଭିନ୍ନ ।ନୟାଗଡ଼ ଜିଲ୍ଲା ପାଇଁ କାହିଁକି ନିୟମ ଭଙ୍ଗ କରାଯାଇ ନୟାଗଡ଼ – ଖୋର୍ଦ୍ଧା ଜିଲ୍ଲାର ସୀମାନ୍ତ ଚାନ୍ଦପୁର ରେ କରାଯିବ ବୋଲି ଘୋଷଣା କରାଯାଇଛି ।ଭୌଗୋଳିକ ଦୃଷ୍ଟକୋଣରୁ ନୟାଗଡ଼ରେ ମେଡିକାଲ କଲେଜ୍ ସ୍ଥାପନ ହେଲେ କଟକ, ଗଞ୍ଜାମ, ଖୋର୍ଦ୍ଧା, ବୌଦ୍ଧ ଜିଲ୍ଲାର ନୟାଗଡ଼ ସୀମାନ୍ତ ବର୍ତ୍ତି ଜିଲ୍ଲାର ଲୋକେ ସୁଫଳ ପାଇପାରିବେ । ଚାନ୍ଦପୁର ରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଲୋକମାନେ ଚାନ୍ଦପୁର କୁ ନଯାଇ କଟକ କିମ୍ବା ଭୁବନେଶ୍ୱରକୁ ଯିବାକୁ ପସନ୍ଦ କରିବେ। ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ କ୍ଷେତ୍ରରେ ସର୍ବଦା ଅବହେଳିତ ଓ ଉପେକ୍ଷିତ ହୋଇରହିବ ।ନୟାଗଡ଼ରେ ମେଡିକାଲ କଲେଜ ପାଇଁ ଜାଗାର ଅଭାବ ନାହିଁ । ଭାଲୁ ଖୋଲ, ଖୁଣ୍ଟୁବନ୍ଧ ଆଇଟିଆଇ ପାଖ, ପାଣିପୋଇଲା ଡ୍ୟାମ ପାଖ ,ନବଘନପୁର ଓ କ୍ରିଦାଶପୁର ପାଖରେ ବି ମେଡିକାଲ କଲେଜ କରିବା ପାଇଁ ଜାଗା ରହିଛି ।ରାଜନୈତିକ ଆକ୍ରୋଶ ରଖି ନୟାଗଡ଼କୁ ଅବହେଳିତ କରାଯାଉଛି ।ମଶାଲ ଶୋଭାଯାତ୍ରା ହେବ , ନୟାଗଡ଼ ବନ୍ଦ ଡାକରା ଦିଆଯିବା ସହିତ ଆନ୍ଦୋଳନ ତୀବ୍ର ହେବ ବୋଲି ଜୟ ଫାଉଣ୍ଡେସନ ର ପ୍ରତିଷ୍ଠାତା ଶେଖ୍ ଅବଦୁଲ ଅହାଦ କହିଛନ୍ତି ।