୨ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ

youtube

ଭୁବନେଶ୍ବର: ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଗର୍ଜନ। ପ୍ରାଥମିକ ଶିକ୍ଷକ ମହାସଂଘର ବଡ଼ ବିକ୍ଷୋଭ ।  ୨ ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ଶିକ୍ଷକ ସଂଘ ।  ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ହଜାର ହଜାର ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ ।

ପ୍ରାଥମିକ ଶିକ୍ଷକମାନଙ୍କୁ ମୂଳ ପଦବୀ ଅନୁଯାୟୀ ମୂଳ ବେତନ ଦେବାକୁ ଦାବୀ କରିଛି ମହାସଂଘ। ମୂଳ ପଦବୀକୁ ଅପଗ୍ରେଡ କରି ଲେବୁଲ-୯ ଅନୁଯାୟୀ ମୂଳ ବେତନ ୩୫ହଜାର ୪୦୦ ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି ।  ଏହାସହ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଛେଦ କରିବାକୁ ଦାବୀ କରୁଛନ୍ତି ଶିକ୍ଷକ ଏବଂ ଶିକ୍ଷୟିତ୍ରୀ  ।

Leave A Reply

Your email address will not be published.