କାଉଡ଼ିଆ ନଦୀରେ ବୁଡ଼ିଲା ଡଙ୍ଗା, ମତ୍ସ୍ୟଜୀବୀ ନିଖୋଜ

youtube

ପାରାଦୀପ: ବୁଡ଼ିଗଲା ଡଙ୍ଗା, ମତ୍ସ୍ୟଜୀବୀ ନିଖୋଜ ।  ପାରାଦୀପ ଅଠରବାଙ୍କି ବାଲିପ୍ଲଟ ନିକଟ କାଉଡ଼ିଆ ନଦୀରେ ଡଙ୍ଗା ବୁଡ଼ି ଜଣେ ଯାଇ ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି ।  ନିଖୋଜ ମତ୍ସ୍ୟଜୀବୀ ଜଣକ ଯଦୁପୁର ଗାଁର ପ୍ରଫୁଲ୍ଲ ବେହେରା ।  ନଦୀରୁ ଜୁଆର ଛାଡ଼ିବା ସମୟରେ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ଛୋଟ ଛୋଟ ହାତ ବୁହା ଡଙ୍ଗା ରେ ମାଛ ଧରୁଥିଲେ ।

ତେବେ ବୁଡିଯାଇଥିବା ଡଙ୍ଗାରେ ୨ଜଣ ମତ୍ସ୍ୟଜୀବୀ ଥିଲେ । ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।  ଫଳରେ ଦୁଇଜଣ ମତ୍ସ୍ୟଜୀବୀ ନଦୀରେ ପଡ଼ିଯାଇଥିଲେ ।  ଜଣେ ମତ୍ସ୍ୟଜୀବୀ କୂଳକୁ ଆସିଥିବା ବେଳେ ଅନ୍ୟ ଜଣେ ମତ୍ସ୍ୟଜୀବୀ ପ୍ରଫୁଲ୍ଲ ବେହେରା ନିଖୋଜ ହୋଇଯାଇଛନ୍ତି ।  ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍ ଓ ମେରାଇନ ପୋଲିସ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।

Leave A Reply

Your email address will not be published.