
ଭୁବନେଶ୍ବର: ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା । ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା ହୋଇଛି । ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଫେବୃୟାରୀ ୧୯ ତାରିଖରେ ମାତୃ ଭାଷା ପରୀକ୍ଷା ହେବ ।
୨୦ ତାରିଖରେ ସଂସ୍କୃତ ବ୍ୟାକରଣ ଓ ଦର୍ଶନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୧ ତାରିଖରେ ଇଂରାଜୀ ଓ ୨୩ରେ ସଂସ୍କୃତ ଭାଷା ପରୀକ୍ଷା ହେବ । ୨୪ ତାରିଖରେ ପ୍ରୟୋଗାତ୍ମକ ସଂସ୍କୃତ ଏବଂ ୨୫ରେ ବିଜ୍ଞାନ ପରୀକ୍ଷା ହେବ । ୨୭ ରେ ସାମାଜିକ ବିଜ୍ଞାନ ଏବଂ ଜାନୁଆରୀ ୨ ତାରିଖରେ ଗଣିତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।