ପକ୍ଷୀ ଶିକାର କରି ୪ ନାବାଳକ ଗିରଫ, ୨ ମୃତ ବିଦେଶୀ ପକ୍ଷୀ ଜବତ

youtube

ବ୍ରହ୍ମଗିରି : ପକ୍ଷୀ ଶିକାର ବେଳେ ବ୍ରହ୍ମଗିରି ବନବିଭାଗ ଚଢ଼ାଉ କରି ୪ ଜଣ ନବାଳକଙ୍କୁ ଧରିବା ସହ ୨ ଟି ମୃତ ବିଦେଶୀ ପକ୍ଷୀ ଜବତ କରିଛି । ବ୍ରହ୍ମଗିରି ବନବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରାତି ଅଧରୁ ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଛକି ରହିଥିଲା । ଏକସର ନିକଟରେ ୪ ନାବାଳକ ପକ୍ଷୀ ଶିକାର କରି ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ବନବିଭାଗ ଟିମ ମାଡି ବସିଥିଲା ।

ସେମାନଙ୍କ ଠାରୁ ୨ ଟି ନର୍ଦନ ପିଣ୍ଟେଲ ପ୍ରଜାତିର ବିଦେଶୀ ପକ୍ଷୀ ଶବ ଜବତ କରିଥିଲା । ୪ ଜଣ ନାବାଳକଙ୍କୁ ବ୍ରହ୍ମଗିରି ରେଞ୍ଜ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଛି । ବନ୍ୟପ୍ରାଣୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯିବା ସହ ୪ ଜଣ ନାବାଳକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜ ଅଧିକାରୀ ଚନ୍ଦ୍ର ଶେଖର ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.