
ଭୁବନେଶ୍ବର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା । ଦଲାଲ ଅରବିନ୍ଦ ଦାସର ସହଯୋଗୀ ବିରଞ୍ଚି ନାୟକକୁ ପୁରୀରୁ ଉଠାଇ ଆଣିଲା ପୋଲିସ । ନୋଟିସ ପାଇ ହାଜର ନହେବାରୁ ସିବିଆଇ ତାଙ୍କୁ ଉଠାଇ ଆଣିଥିବା ସୂଚନା । ବିରଞ୍ଚି, ଅରବିନ୍ଦ ସହ ମିଶି ଶତାଧିକ ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରିଥିବା ସିବିଆଇ ସୂଚନା ପାଇଥିଲା ।
ଏସଆଇ ଚାକିରି ପାଇଁ ଟଙ୍କା କାରବାର ନେଇ ଗତକାଲି ରାତିରୁ ବିରଞ୍ଚିକୁ ଘନ ଘନ ଜେରା କରୁଛି ସିବିଆଇ । ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ବିରଞ୍ଚି ନେଇଥିବା ସୁରାକ ପାଇଛି କେନ୍ଦ୍ରୀୟ ତଦନ୍ତକରା ସଂସ୍ଥା ।