
ଛତ୍ରପୁର : ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆର୍ଯପଲ୍ଲୀ ଓ କଣମଣା ପଞ୍ଚାୟତ ଅଧୀନରେ ଥିବା ୨୦ରୁ ଅଧିକ ଅଙ୍ଗନବାଡି କେନ୍ଦ୍ରର ଛୋଟ ଛୋଟ ଶିଶୁମାନଙ୍କୁ ୫୦୦ରୁ ଅଧିକ ସ୍କୁଲ ବ୍ୟାଗ, ପାଣିବୋତଲ ଓ ଡ୍ରୟଙ୍ଗ କିଟ୍ ସହିତ ଅନ୍ୟାନ୍ୟ ଆବଶ୍ୟକ ଶିକ୍ଷା ସାମଗ୍ରୀ ଯଥା ପେନ୍ସିଲ୍, ରବର, ରୁଲର୍ ଆଦି ବଣ୍ଟନ କରାଯାଇଛି।
ନୂଆସାହି ଅଙ୍ଗନବାଡି କେନ୍ଦ୍ରରେ ଆଜି ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ୯ନଂ ୱାର୍ଡ କାଉନ୍ସିଲର ଶ୍ରୀମତୀ ପ୍ରୀତିଛନ୍ଦା ସାମଲ ଯୋଗଦେଇ ପିଲାମାନଙ୍କୁ ସ୍କୁଲ ବ୍ୟାଗ ବାଣ୍ଟିବା ସହ ଏହି ଉଦ୍ୟମକୁ ସ୍ବାଗତ କରିଥିଲେ । ସେ କହିଥିଲେ, ଆଦାନୀ ଫାଉଣ୍ଡେସନର ଏହି ପଦକ୍ଷେପ ଛୋଟ ଛୋଟ ଶିଶୁମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହ ବଢାଇବାରେ ନିଶ୍ଚିତ ସହଯୋଗ କରିବ ।
ଆଦାନୀ ଫାଉଣ୍ଡେସନର ଏହି ପ୍ରୟାସ ଗୋପଳପୁର ବନ୍ଦରର ପାର୍ଶ୍ଵବର୍ତୀ ଅଞ୍ଚଳରେ ଚାଲୁଥିବା ବିଭିନ୍ନ ସାମାଜିକ ଦାଇତ୍ବବୋଧ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ ଅଟେ । ଆଦାନୀ ଫାଉଣ୍ଡେସନ ଶିକ୍ଷ୍ୟା କ୍ଷେତ୍ରରେ ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷା ଭିଭିଭୂମିକୁ ଉନ୍ନତ
କରିବା ଦିଗରେ ସ୍କୁଲ ଆସବାବ ଉପକରଣ ସାମଗ୍ରୀ ବଣ୍ଟନ, ଏଲଇଡି ସ୍କ୍ରିନ୍ ମାଧ୍ୟମରେ ଡିଜିଟାଲ ଶ୍ରେଣୀଗୃହ ଯୋଗାଇବା ଏବଂ ବିଶୁଦ୍ଧ ପାନୀୟ ଜଳ ଆଦି ଯୋଗାଇଆସୁଛି। ସ୍ଥାନୀୟ ନେତୃମଣ୍ଡଳ ଓ ବୁଦ୍ଧିଜୀବୀଙ୍କ ସହ ମିଳିତ ଭାବେ ସମନ୍ଵୟ ରକ୍ଷା କରି ଆଦାନୀ ଫାଉଣ୍ଡେସନ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତାକୁ ସମାଧାନ କରିବା ସହ ବନ୍ଦରର ପାରିପାର୍ଶିକ ଗ୍ରାମଗୁଡିକର ସାମଗ୍ରିକ ବିକାଶରେ
ସହଯୋଗ କରିବା ପାଇଁ ବଦ୍ଧପରିକର ଅଟେ।