
କେନ୍ଦୁପଦର ଗାଁ ଲୋକଙ୍କ ପକ୍ଷରୁ ରାଜସ୍ୱ ଭଳି ଟିକସ ଆଦାୟ ହେଉଛି ..!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ଗାଁ ର କେତେକ ବ୍ୟକ୍ତି ଗ୍ରାମ ନିକଟରେ ଥିବା ନଦୀ ଘାଟକୁ ଲିଜ ରେ ଦେଇଥିବା ଚର୍ଚ୍ଚା ହେଉଛି। ବାଲି ମାଫିଆ ମାନେ ରାଜସ୍ୱ- ଖଣି ବିଭାଗ କୁ ବାଦ ଦେଇ ଗ୍ରାମ ବାସୀଙ୍କୁ କିଛି ଅର୍ଥ ଦେଇ କେନ୍ଦୁପଦର ବେଆଇନ ବାଲି ଘାଟ ଚଳାଉଥିବା ଏବେ ଚର୍ଚ୍ଚା ଜୋର ଧରିଛି। କିଛି ଗ୍ରାମ ବାସୀ ବାଲି ଉତ୍ତୋଳନ ପାଇଁ ବିରୋଧ କରିବା ପରେ ବାଲି ମାଫିଆ ମାନେ ସେମାନଙ୍କୁ ସନ୍ତୁଷ୍ଟ କରି ଏହି ବେଆଇନ ଘାଟ ଚଲେଇଥିବା ଆଲୋଚନା ହେଉଛି।
ଏହି ବେଆଇନ ବାଲି ଘାଟ ସମ୍ପର୍କ ରେ ବାହାରେ ଚର୍ଚ୍ଚା ହେବା ପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ବେଆଇନ ଭାବେ ଦୁଇଟି ଜେସିବି ରେ ବାଲି ଉତ୍ତୋଳନ କରି ହାଇୱା ରେ ଭର୍ତ୍ତି ବେଳେ ୭ ଟି ହାଇୱା ଓ ୨ ଟି ଜେସିବି ଜବତ ହୋଇଛି। ଏହି ବେଆଇନ ବାଲି ଘାଟ ଉପରେ ଚଢ଼ାଉ ପରେ ରାଜସ୍ୱ ଓ ଖଣି ବିଭାଗ ଦାୟିତ୍ୱ କେନ୍ଦୁପଦର ର କିଛି ଗାଁ ଲୋକେ ତୁଲାଉଥିଲେ ବୋଲି ସାଧରଣ ରେ ଆଲୋଚନା ହେଉଛି।