କେଉଁ ଅଦୃଶ୍ୟ ଶକ୍ତିର ଆଶ୍ରିବାଦ ରେ ବେଆଇନ କେନ୍ଦୁପଦର ବାଲି ଘାଟ ଚାଲିଛି….!

ଏଠାରେ ରାଜସ୍ବ.. ପୋଲିସ ବିଭାଗ ଜଳକା.ଖଣି ବିଭାଗ ମାଲା ମାଲ…

youtube

ଗଞ୍ଜାମ ଜିଲ୍ଲାରେ ଥିବା ବେଆଇନ ବାଲୁଘାଟ ଉପରେ ଚଢ଼ାଉ କେବେ…?



ବ୍ରହ୍ମପୁର: ଆସିକା କେନ୍ଦୁପଦର ବେଆଇନ ବାଲି ଘାଟ ସମ୍ପର୍କରେ ମୁହଁ ଖୋଲିବାକୁ ପ୍ରଶାସନ ନାରାଜ। ବିନା ୱାଇଫର୍ମ ରେ ଦିନ୍ ଦାହାଡ଼େ ଖୁଲାମ ଖୁଲା ଆସିକା କେନ୍ଦୁପଦର ବେଆଇନ ବାଲି ଘାଟରୁ ବାଲି ଚାଲାଣ ହେଉଛି। ମାଇନିଙ୍ଗ ବିଭାଗ ସଫେଇ ଦେଇ ଜବତ ଗାଡିକୁ ବିଭିନ୍ନ ଆଳ ଓ ଛାଡିବା ପାଇଁ କୌଶଳ ଅବଲମ୍ବନ କରି ପୋଲିସ କୁ କହୁଛି ଜବତ ଗାଡ଼ି ଛାଡିବା ପାଇଁ। ଗତ ଶୁକ୍ରବାର ଦିନ ଆସିକା କେନ୍ଦୁପଦର ଠାରୁ ବେଆଇନ ବାଲି ଘାଟରୁ ହାଇୱା ଓ ଜେସିବି ଜବତ କରି ପୋଲିସ ଜିମାରେ ଦେଇଥିଲା ମାଇନିଙ୍ଗ ବିଭାଗ। ଭୋରରେ ଜବତ ସନ୍ଧ୍ୟା ହେଲେ ଖଲାସ ପାଇଁ ପୋଲିସ କୁ ନିର୍ଦ୍ଧେଶ ଦେବା ଘଟଣାକୁ ଅଞ୍ଚଳ ବାସୀ ସହଜରେ ହଜମ କରି ପାରୁନାହାନ୍ତି। ଏହି ବେଆଇନ ଘାଟକୁ ମାଇନିଙ୍ଗ ବିଭାଗ ଯିବାକୁ ଏତେ ଭୟ କାହିଁକି…? କାହା ନିର୍ଦ୍ଧେଶ ରେ ଖୁଲାମ ଖୁଲା ଏହି ବେଆଇନ ବାଲି ଘାଟ ଚାଲିଛି। ଖୋଦ ଜିଲ୍ଲାପାଳ ଏହି ବେଆଇନ ବାଲି ଘାଟ ଉପରେ ଚଢ଼ାଉ କଲେ ଅଦୃଶ୍ୟ ଶକ୍ତି ଓ ବାଲି ମାଫିଆ ମାନଙ୍କ ମୁଖା ଖୋଲିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ପୋଲିସ ଧରୁଛି ଖଣି ବିଭାଗ ହୁକୁମ କରି ପୋଲିସ କୁ କହି ଛାଡ଼ୁଛି। ଜିଲ୍ଲାରେ ଖଣି ବିଭାଗ ମନ୍ତ୍ରୀ ଥାଇବି ଚୋରା ବାଲି ଚାଲାଣ ରେ ଲଗାମ୍ ଲାଗୁନାହିଁ। କାରଣ ଏଠାରେ ଖଣି ବିଭାଗ ମନ୍ତ୍ରୀ ଙ୍କ ଏଜେଣ୍ଟ ରୂପେ କାମ କରୁଛନ୍ତି ବୋଲି ବିଭିନ୍ନ ଖଟିରେ ଚର୍ଚ୍ଚା ହେଉଛି l ଏପଟେ ମନ୍ତ୍ରୀ କହୁଛନ୍ତି ଚୋରା ବାଲି ମାଫିଆ ଙ୍କ ଉପରେ ନିଆଯିବ କଠୋର ପଦକ୍ଷେପ ଏବଂ ଚୋରା ବାଲି ମାଫିଆ ଙ୍କୁ ନିସ୍ତାର ନାହିଁ ଯାହାକି ଏହା କେବଳ ଧୂଆଁ ବାଣ ସଦୃଶ୍ୟ କହିଲେ କିଛିବି ଭୁଲ ହେବ ନାହିଁ l ଖଣି ବିଭାଗ ପାଇଁ ଆଜି ମୋହନ ସରକାର ବଦନାମ ହେଉଛି ଏବଂ ସରକାର ଙ୍କ କୋଟି କୋଟି ଟଙ୍କା ର ରାଜସ୍ବ ହାନୀ ହେଉଛି ଖଣି ବିଭାଗ ବାବୁ ଓ ମନ୍ତ୍ରୀଙ୍କ ରାଜସ୍ବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଇ ଡି ଏବଂ ଭିଜିଲାନ୍ସ ଚଢ଼ାଉ ହେଲେ ଅନେକ ଗୁମର ଖୋଲିବ ବୋଲି ସଚେତନ ନାଗରିକ ଦାବୀ କରୁଛନ୍ତି l ବାଲି ମାଫିଆ ମାନେ କୋଟି କୋଟି ଟଙ୍କାର ରାଜସ୍ବ ଏବଂ ଜି ଏସ ଟି ଫାଙ୍କୀ ଚାଲିଛନ୍ତି ତେଣୁ ସରକାର ଏଥି ପ୍ରତି ଯତ୍ନ ବାନ ହେବା ଆବଶ୍ୟକ l

Leave A Reply

Your email address will not be published.