ବିକାଶ ପକ୍ଷରୁ ବଂଶୀଧର ବେହେରାଙ୍କ ଶୋକସଭା

youtube

ବ୍ରହ୍ମପୁର : “ବିକାଶ” ସ୍ବେଚ୍ଛାସେବୀ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ସମାଜସେବୀ ବଂଶୀଧର ବେହେରାଙ୍କ ଉଦ୍ଦେଶ୍ୟରେ ଆଜି ସ୍ଥାନୀୟ କମାପଲ୍ଲୀ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସଦସ୍ୟ ତଥା ସିଣ୍ଡିକେଟ ବ୍ୟାଙ୍କ୍ ର ପୂର୍ବତନ ଶାଖା ପରିଚାଳକ ସୀତାରାମ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଶୋକ ବ୍ୟକ୍ତ କରାଯିବା ସହ ତାଙ୍କ ସପରିବାରଙ୍କୁ ସମବେଦନା ଜ୍ଞାପନ କରାଯାଇଛି l ପ୍ରଥମେ ତାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ଉପସ୍ଥିତ ସଦସ୍ୟ ମାନେ ତାଙ୍କ ସାଧୁତା,ସରଳତା, ନିଷ୍କପଟ ଓ ମାନବୀୟ ବିଚାରଧାରା ସଂମ୍ପର୍କରେ ଆଲୋଚନା ବ୍ୟକ୍ତ କରିଥିଲେ l

ଶ୍ରୀ ବେହେରା ବ୍ରହ୍ମପୁର ଗୋଷାଣୀନୂଆଗାଁ ଶାସ୍ତ୍ରୀ ନଗରରେ ସପରିବାର ବାସ କରୁଥିଲେ l ତାଙ୍କ ପତ୍ନୀ ଚନ୍ଦ୍ରାବତି ବେହେରା,ପୁତ୍ର ବିଭୂତି, ଝିଅ ଲତା, ସୁଧା, ଗୀତା, ମାମି ଆଦି ପରିବାରବର୍ଗଙ୍କୁ “ବିକାଶ ” ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି l ଅନ୍ୟ ମାନଙ୍କ ମଧ୍ୟରେ ଆଜିର ସଭାରେ ପୂର୍ବତନ ଅବକାରୀ ଅଧିକ୍ଷକ ନଳିନୀ କୁମାର ବେହେରା,ପୁରୁଷୋତ୍ତମ ବେହେରା,ସତ୍ୟବାନ ବେହେରା,ପୁର୍ଣ୍ଣ ଚନ୍ଦ୍ର ବେହେରା, ପୁର୍ବତନ ଜିଲ୍ଲା କୃଷି ଅଧିକାରୀ ଗୋକୁଲ୍ ବେହେରା,ବିଷ୍ଣୁ ପ୍ରସାଦ ବେହେରା,ମଧୁସୂଦନ ବେହେରା,ଲକ୍ଷ୍ମୀ ନାରାୟଣ ବେହେରା, ଈଶ୍ୱର ଚନ୍ଦ୍ର ବେହେରା, ରଘୁନାଥ ବେହେରା, ଗୁଣନିଧି ବେହେରା,ଶ୍ୟାମ ସୁନ୍ଦର ବେହେରା,ଦାମୋଦର ବେହେରା, ପୂର୍ବତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଝଟକ ବେହେରା, ଡ଼ା.ଗୋପବନ୍ଧୁ ବେହେରା, ମେଘନାଥ ବେହେରା ଓ ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ସଭା ଶେଷରେ ନଳିନୀ କୁମାର ବେହେରା ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ l

Leave A Reply

Your email address will not be published.