ଜିଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟି ବୈଠକ :୨ ଲକ୍ଷ ୪୧ ହଜାର କ୍ୟୁଣ୍ଟାଲ ମାଣ୍ଡିଆ ସଂଗ୍ରହ ନେଇ ଲକ୍ଷ ଧାର୍ଯ୍ୟ…

youtube


କୋରାପୁଟ:09/12/25: ଜିଲାସ୍ତରୀୟ ମାଣ୍ଡିଆ କ୍ରୟ କମିଟିର ବୈଠକ ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା I ଚଳିତ ବର୍ଷ ୨ ଲକ୍ଷ ୪୧ ହଜାର କ୍ୟୁଣ୍ଟାଲ ମାଣ୍ଡିଆ କ୍ରୟ କରାଯିବା ନେଇ ଲକ୍ଷ ଧାର୍ଯ୍ୟ କରା ଯାଇଛି I ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଚଳିତ ବର୍ଷ ଜିଲ୍ଲାର ୧୨ ଟି ବ୍ଲକର ୪୫ ଟି ମଣ୍ଡିରେ ମାଣ୍ଡିଆ କ୍ରୟ କରାଯିବ , ଏଥିପାଇଁ ୧୨ ହଜାର ୮୨୩ ଜଣ ଚାଷି ନାମ ପଞ୍ଜିକରଣ କରିଥିବା ବେଳେ କ୍ୟୁଣ୍ଟାଲ ପିଛା ୪ ହଜାର ୮୪୬ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବାକୁ ନେଇ ନିଷ୍ପତି କରାଯାଇଛି l
ପ୍ରକାଶ ଥାଉକି,ଚଳିତ ବର୍ଷ ଜିଲ୍ଲାରେ ୨ ଲକ୍ଷ ୪୧ ହଜାର କ୍ୟୁଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯିବ ବୋଲି ନିଷ୍ପତି ନିଆଯାଇଛି I ସେହିଭଳି ଜିଲ୍ଲାରେ ୧୨ ହଜାର ୨ ଶହ ହେକ୍ଟର ଜମିରେ ମୁଗ,ବିରି ଓ ଡାଲିଜାତୀୟ ଫସଲ ଉତ୍ପାଦିତ ହେଉଥିବା ଯୋଗୁଁ ଏହି ଫସଲକୁ ମଧ୍ୟ କ୍ରୟ କରାଯିବ ବୋଲି ସୂଚନା ମିଳିଛି I ଏହାର କ୍ୟୁଣ୍ଟାଲ ପିଛା ୮ ହଜାର ଟଙ୍କା ରଖା ଯାଇଥିବା ଜଣାପଡିଛି I ତେବେ ସମସ୍ତ ମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା ପାନୀୟ ଜଳ , ପାଇଖାନା ଓ ବିଶ୍ରାମ ଗୃହ ଆଦି ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ ଛନ୍ତି l
କାର୍ଯ୍ୟକ୍ରମରେ ସମସ୍ତ କୃଷି ଅଧିକାରୀ ଓ ଚାଷି ଉପସ୍ଥିତ ରହି ଥିଲେ I

Leave A Reply

Your email address will not be published.