ପୁରୁଷୋତ୍ତମପୁର ଅଞ୍ଚଳରେ ବେଧଡ଼କ ଚାଲିଛି ଚୋରା ବାଲି ଚାଲାଣ : ସରକାରଙ୍କ ସମସ୍ତ ନୀତିନିୟମ କୁ ଫୁ…

ଖୁଲାମ ଖୁଲା ବାଲି ଖନନ ବେଳେ ଜେସିବି ବ୍ୟବହାର…..!

youtube

ଜରାଜୀର୍ଣ ଅବସ୍ଥାରେ ଋଷିକଲ୍ୟା ସେତୁ…, ଭୁସିଡିବା କୁ ଅପେକ୍ଷା


ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରଂଝାଲି ସଙ୍କ ଋଷି କୂଲ୍ୟା ନଦୀ ମୁହାଣରୁ ଚୋରାରେ ବେଧଡ଼କ ଭାବେ ବାଲି ଚାଲାଣ ହେଉଛି। ପୁରୁଷୋତ୍ତମପୁର ଠାରେ ଥିବା ଋଷି କୂଲ୍ୟା ମୁହାଣ ନିକଟରେ ସରକାରଙ୍କ ନିର୍ଦ୍ଧେଶ କୁ ଉଲ୍ଲଘଂନ କରି ଜେସିବି ସାହାଯ୍ୟରେ ନଦୀ ଗର୍ଭରୁ ବାଲି ଖନନ କରାଯାଉଛ। ଖଣି ବିଭାଗର ହମ୍ ବଡା ନିତୀ ଯୋଗୁଁ ରାଜସ୍ବ ଓ ପୋଲିସ ବିଭାଗ ଜଳକା ସାଜିଥିବା ଚର୍ଚ୍ଚା ହେଉଛି। ଜେସିବି ଦ୍ୱାରା ଦିନ ରାତି ସହ ସହ ହାଇୱା ରେ ବାଲି ଖନନ କରାଯାଉଛି। ନିକଟରେ ଜିଲ୍ଲାପାଳ ଓ ଖଣି ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଥିଲେବି ଏଭଳି ବେଆଇନ କାର୍ଯ୍ୟକୁ ରୋକାଯାଇ ପାରୁନାହିଁ। ଜିଲ୍ଲାର ଚୋରା ବାଲି ସମ୍ରାଟ ଏଠାରୁ ବାଲି ନେଉଥିବା ଯୋଗୁଁ ପ୍ରଶାସନ ହାତ ମାରିବାକୁ ସାହସ କରୁନଥିବା ଆଲୋଚନା ହେଉଛି। ବିନା ୱାଇ ଫର୍ମ ବିନା ଟି ପି ରେ ବେଧଡକ ଚୋରା ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି l ସରକାର ଚୋରା ବାଲି ଚାଲାଣ ରୋକିବା ପାଇଁ ଏକ କମିଟି ଗଠନ କଲେ ଯାହାକି ଧର୍ମକୁ ଆଖିଠାର ସଦୃଶ କହିଲେ କିଛି ବି ଭୁଲ ହେବ ନାହିଁ l ଏହି କମିଟି ରେ ପୋଲିସ… ରାଜସ୍ବ ବିଭାଗ.. ଖଣି ବିଭାଗ ଓ ବନ ବିଭାଗ କୁ ନେଇ ଗଠନ କଲେ ସରକାର କିନ୍ତୁ ଖଣି ବିଭାଗ ଏକ ତରଫା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି l ବାଲି ମାଫିଆ ଙ୍କ ଭଗବାନ ସାଜିଛି ଖଣି ବିଭାଗ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ଖଣି ମନ୍ତ୍ରୀ ବାଲି ମାଫିଆ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏବଂ ତାହାବି ଆସ୍କା ଜୁନିୟର ମାଇନିଙ୍ଗ ଅଫିସର ଙ୍କୁ ସସ୍ପେଣ୍ଡ କରି ପ୍ରମାଣିତ କରିଛନ୍ତି l ପୁରୁଷୋତ୍ତମପୁର ଅଞ୍ଚଳ ବାଲି ମାଫିଆଙ୍କ ଭୂସ୍ବର୍ଗ ଏଠାରେ କାର୍ଯ୍ୟରତ ଖଣି ବିଭାଗ ଅଫିସର ମାନେ ଜଣେ ଜଣେ କୁବେର l ଇଡି କିମ୍ବା ଜି ଏସ ଟି ବିଭାଗ ର ପାଦ ବି ଏଠାରେ ପଡୁନି ଭିଜିଲାନ୍ସ ବିଭାଗ କଥା ନକହିବା ଭଲ ଯେମିତି ବିଭାଗ ଏଠାରେ କୋମା ରେ ପଡିଛି l ସୂଚନା ଥାଉକି ଗଞ୍ଜାମ ଜିଲ୍ଲାରେ ଆସିକା ଏବଂ ପୁରୁଷୋତ୍ତମପୁର ଅଞ୍ଚଳ ଚୋରା ବାଲି ମାଫିଆ ଙ୍କ ଭୂସ୍ବର୍ଗ ପାଲଟିଛି l ଏପରିକି ସରକାର ଙ୍କ ଯେତେକଡା ନିୟମ ହେଉପଛେ ଏଠାରେ ତାହା କାମ ଦେବନି ବୋଲି ଚର୍ଚ୍ଚା l ଏପରିକି ପୁରୁଷୋତ୍ତମପୁର ଓ ବ୍ରହ୍ମପୁର କୁ ସଂଯୋଗ କରିଥିବା ପୋଲ ନିକଟରୁ ବି ବାଲି ଉଠାଯାଉଛ ଯାହା ଫଳରେ ଉକ୍ତ ପୋଲ ବର୍ତ୍ତମାନ ଜରାଜୀର୍ଣ ଅବସ୍ଥା ରେ କେତେବେଳେ ଏହା ଭୁଶୁଡି ପଡିବ ତାହା ସମୟକୁ ଅପେକ୍ଷା l ସରକାରଙ୍କ କଡା ନିର୍ଦେଶ ରହିଛି କୌଣସି ପୋଲ ନିକଟରୁ ବାଲି ଉଠାଇ ପାରିବେନି, ଜେସିବି ଲଗାଇବେ ନାହିଁ ତଥାପି ସବୁ ନିୟମ କୁ ଫୁ କରି ବାଲି ଉଠାଣ କରି ସରକାର ଙ୍କ କୋଟି କୋଟି ଟଙ୍କା ର ରାଜସ୍ବ ହାନୀ କରି ଖଣି ବିଭାଗ ବାବୁ ମାନଙ୍କ ରାଜସ୍ବ ବୃଦ୍ଧି ହେଉଛି ତେଣୁ ରାଜ୍ୟ ସରକାର, ଇଡି, ଜି ଏସ ଟି, ଭିଜିଲାନ୍ସ ବିଭାଗ ଯତ୍ନ ବାନ ହେଲେ ସରକାର ରାଜସ୍ବ କ୍ଷତି ଓ ବାଟ ମାରଣା ରୁ ଉଦ୍ଧାର ପାଇବ ବୋଲି ସଚେତନ ନାଗରିକ ଦାବୀ କରିଛନ୍ତି l

Leave A Reply

Your email address will not be published.