କଣ୍ଠଶିଳ୍ପୀ ପ୍ରଶାନ୍ତ ପାଇଲେ ପଠାଣି ସାମନ୍ତ ସ୍ଵର ସୁଧା ସମ୍ମାନ

youtube

ନୟାଗଡ଼: ବେତାର ଓ ଦୂରଦର୍ଶନ କଣ୍ଠଶିଳ୍ପୀ, ଗୀତିକାର ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାସଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ପଠାଣି ସାମନ୍ତ ସ୍ଵର ସୁଧା ସମ୍ମାନ ପ୍ରଦାନ କରାଯାଇଛି ।ନୟାଗଡ଼ ପୁରୁଣା ସହର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ ନୟାଗଡ଼ ପକ୍ଷରୁ ଆୟୋଜିତ ବିଶ୍ୱ ବିଦିତ ଜ୍ୟୋତିର୍ବିଦ ମହାମହୋପାଧ୍ୟାୟ ପଠାଣି ସାମନ୍ତଙ୍କ ୧୯୧ ତମ ଜନ୍ମ ଜୟନ୍ତୀ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି।ସାଂସ୍କୃତିକ ଅନୁଷ୍ଠାନର ସଭାପତି ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପୟାନ, ପୁଷ୍ପଗୁଚ୍ଛ ଓ ଫଳକ ପ୍ରଦାନ କରି ଶ୍ରୀ ଦାସଙ୍କୁ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ, ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଗଣେଶ୍ୱର ସ୍ୱାଇଁ ଅତିଥି ଭାବରେ ଯୋଗଦେଇଥିଲେ ।ନୟାଗଡ଼ ଜିଲ୍ଲା ଶରଣକୁଳ ଭିକାରୀପଡା ବ୍ରାହ୍ମଣ ଶାସନରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଦାସ ଏକାଧାରରେ ଜଣେ ଚିତ୍ରଶିଳ୍ପୀ, ଗୀତିକାର, କଣ୍ଠଶିଳ୍ପୀ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଅଟନ୍ତି ।

Leave A Reply

Your email address will not be published.