ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ଧରି ମିଳୁନି ଆମ୍ବୁଲାନ୍ସ ସେବା

youtube

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ ମାସରୁ ଉର୍ଦ୍ଧ୍ବ ସମୟ ଧରି କୌଣସି ଆମ୍ବୁଲାନ୍ସ ସେବା ଉପଲବ୍ଧ ନଥିବାରୁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ସେବା ନପାଇ ଏକାଧିକ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ରୁ ୫ ଜଣ କେବଳ ହୃଦଘାତରେ ଜୀବନ ହରାଇଛନ୍ତି ।ଗତ ନଭେମ୍ବର ମାସ ୨୬ ତାରିଖ ବୁଧବାର ବିଳମ୍ବିତ ରାତିରେ ଆମ୍ବୁଲାନ୍ସ ସେବା ନମିଳିବାରୁ ଓଡ଼ଗାଁ ବ୍ଲକ ରୋହିବାଙ୍କ ଗ୍ରାମ ପଞ୍ଚାୟତର ଭଗବତୀ ପ୍ରସାଦ ହରିଜନ ସାହିର ଜଣେ ୪୫ ବର୍ଷର ଯୁବକ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜୀବନ ହରାଇଥିଲେ କାରଣ ସରକାରୀ ଆମ୍ବୁଲାନ୍ସ ସେବା ଉପଲବ୍ଧ ନଥିବାରୁ ରୋଗୀଙ୍କୁ ତତ୍କାଳ ଜିଲ୍ଲା କିମ୍ବା ରାଜଧାନୀରେ ଥିବା ଡାକ୍ତରଖାନାକୁ ପଠାଯାଇ ପାରିନଥିଲା ।ସରକାରୀ ମାଗଣା ଆମ୍ବୁଲାନ୍ସ ସେବା ଜାରି ହୋଇଥିବାରୁ ଘରୋଇ ଆମ୍ବୁଲାନ୍ସ ସେବା ମିଳୁନାହିଁ ।ମୃତ ବ୍ୟକ୍ତି ତଫସିଲଭୁକ୍ତ ଜାତିର ହୋଇଥିବାରୁ ନିଜ ଚେଷ୍ଟାରେ ଅନ୍ୟ ବ୍ୟବସ୍ଥା କରି ଅନ୍ୟତ୍ର ଚିକିତ୍ସା ପାଇଁ ଯିବା ସମ୍ଭବ ନଥିଲା ।ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିୟମିତ ଦୁର୍ଘଟଣା ଗ୍ରସ୍ତ ଗୁରୁତର ରୋଗୀମାନେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ନୟାଗଡ଼ ସ୍ଥାନାନ୍ତର ନିମନ୍ତେ ଆମ୍ବୁଲାନ୍ସ ଦରକାର ମାତ୍ର ଆମ୍ବୁଲାନ୍ସ ସେବା ଉପଲବ୍ଧ ନଥିବାରୁ ସେମାନେ ଅଟୋ କିମ୍ବା ଅନ୍ୟ ଯାନରେ ନୟାଗଡ଼ କିମ୍ବା ଭୁବନେଶ୍ୱର ପଠାଯାଉଛି ।ଏହି ଅବ୍ୟବସ୍ଥା ମଧ୍ୟରେ ରୋଗୀ ସଙ୍କଟାପନ୍ନ ଅବସ୍ଥା କୁ ଚାଲିଯାଇଛନ୍ତି ।ଡାକ୍ତରଖାନାରେ ପହଞ୍ଚିବା ପରେ ଆୟୁଷ୍ମାନ କାର୍ଡ ମାଧ୍ୟମରେ ଚିକିତ୍ସା କରାଯାଇପାରିବ ମାତ୍ର ଏହି ଆୟୁଷ୍ମାନ କାର୍ଡ ଦେଖାଇ କୌଣସି ଗାଡ଼ି ମାଧ୍ୟମରେ ଡାକ୍ତରଖାନାରେ ପହଞ୍ଚି ହେବନାହିଁ ।ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରକରି ଓଡ଼ଗାଁ ବ୍ଲକର ୧୮ ଟି ପଞ୍ଚାୟତ ସହିତ ଗଞ୍ଜାମ ଜିଲ୍ଲାର ଅନେକ ପଞ୍ଚାୟତ ର ଲୋକଙ୍କ ସମସ୍ୟା ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେବାକୁ ଦାବି ହୋଇଛି ।ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିବା ଆମ୍ବୁଲାନ୍ସ ଖରାପ ହୋଇଯାଇଥିବାରୁ ଆସନ୍ତା ୧୦ ରୁ ୧୨ ଦିନ ମଧ୍ୟରେ ଏକ ନୂଆ ଆମ୍ବୁଲାନ୍ସ ମିଳିବ ବୋଲି ଡାକ୍ତରଖାନା କତୃପକ୍ଷ ସୂଚନା ଦେଇଛନ୍ତି।

Leave A Reply

Your email address will not be published.