ଭଗ୍ନ ଡ୍ରେନ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ଦାବୀ

add-all

ବ୍ରହ୍ମପୁର: ଆସିକା ସହରର କେନ୍ଦ୍ର ସ୍ଥଳୀ ରେ ଥିବା ସୁନାମ୍ବ ସାହି ଛକ ନିକଟରେ ମୁକୁଳା ଡ୍ରେନ ରହିଛି। ଏହି ରାସ୍ତାରେ ତହସିଲ, ବ୍ଲକ, ପୋଲିସ, ବ୍ୟାଙ୍କ ସମେତ ବହୁ ସରକାରୀ କାର୍ଯ୍ୟାଳୟ ରହିଛି। ଏହି ରାସ୍ତା ଦେଇ ପୂର୍ବରୁ ବେଆଇନ ଭାବେ ବାଲି ବୋଝେଇ ସହ ସହ ଯାନବାହାନ ଯାତାୟତ ହେଉଥିଲା। ସୁନାମ୍ବ ସାହି ଛକ ନିକଟରେ ଦୀର୍ଘ ମାସ ହେଲା ଭଗ୍ନ ଅବସ୍ଥାରେ ଡ୍ରେନ ରହିଛି। ରୀତିମତ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଆସିକା ବିଭିନ୍ନ ୱାର୍ଡରେ ଏଭଳି ଅବସ୍ଥା ଲାଗିରହିଛି। ଯୁଦ୍ଧ କାଳୀନ ଭିତ୍ତିରେ ଭଗ୍ନ ଡ୍ରେନ ନିର୍ମାଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.