ସୋରଳରେ ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ସୋରଳ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର, ସ୍ଥାନୀୟ ବିଡ଼ିଓ ବିବେକାନନ୍ଦ ମିଶ୍ର, ତହସିଲଦାର ବିଶ୍ୱ ରଞ୍ଜନ କହଁର, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ,ସରପଞ୍ଚ ସସ୍ମିତା ସାହୁ ପ୍ରମୁଖ ଯୋଗଦେଇ ଅଭିଯୋଗ ର ଶୁଣାଣୀ କରିଥିଲେ। ପଞ୍ଚାୟତ ର ବିଭିନ୍ନ ଗ୍ରାମରୁ ଭତ୍ତା, ଆବାସ, ରାସନ କାର୍ଡ ଆଦି ବିଭିନ୍ନ ମାମଲା ରେ ୨୬୨ ଗୋଟି ଅଭିଯୋଗ ହୋଇଥିଲା। ସେଥି ମଧ୍ୟରୁ ରାସନ, ଆବାସ, ଭତ୍ତା ଆଦି ୩୨ ଗୋଟି ଅଭିଯୋଗ ର ଫଇସଲା ଆୟୋଜିତ ଶିବିର ରେ ହୋଇଥିବା ବେଳେ ୩ ଜଣ ନୂତନ ହିତାଧିକାରୀଙ୍କୁ ଉପ ଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର ଭତ୍ତା ପ୍ରଦାନ କରିଥିଲେ।ଶିବିରରେ ସିପି କିଶୋର କୁମାର କର, ବିଏସଏଓ ଜୟଦେବ ବେହେରା, ଏପିଓ ଯୋଗେନ୍ଦ୍ର ସେଠୀ, ଯୋଗାଣ ନିରୀକ୍ଷକଙ୍କ ସମେତ ଅନ୍ୟ ବିଭାଗର ଅଧୀକାରୀ କର୍ମଚାରୀମାନେ ଉପସ୍ଥିତ ରହିଥିବା ବେଳେ ସରପଞ୍ଚ ପ୍ରତିନିଧି ଜୟରାମ ସାହୁ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.