ଆସିକା ନାଗରିକ କମିଟି ଦ୍ବାରା ଆଠ ନମ୍ବର ଓ୍ବାର୍ଡ ବାସିନ୍ଦାଙ୍କୁ ନେଇ ବୈଠକ ଅନୁଷ୍ଠିତ

youtube

ଆସିକା : ସ୍ଥାନୀୟ ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ପରିସରରେ ଆସିକା ନାଗରିକ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆଇନଜୀବୀ ଛବିଳରାମ ମିଶ୍ର ସଭାପତିତ୍ୱ କରିଥିବା ବେଳେ ସତ୍ୟନାରାୟଣ ରଥ ଉପଦେଷ୍ଟା ବୈଠକରେ ସ୍ଥାୟୀ ଭୂବନ୍ଦୋବସ୍ଥ କରାଯାଇ ଆସିକାବାସୀଙ୍କୁ ରୟାତିକ ପଟ୍ଟା ପ୍ରଦାନ କରିବାକୁ ସରକାରଙ୍କ ଠାରେ ଚାପ ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ଆଲୋଚନା କରିଥିଲେ । ସଂଗଠକ ଗଂଗାଧର ଶତପଥୀ ଅମଳା ସଂଘନେତା ପ୍ରଶନ୍ନ କୁମାର ତ୍ରିପାଠୀ ଘରଜମି ମାପଜୁପ ନେଇ ସରକାର ଯଥାଶିଘ୍ର ଅଧିବାସୀଙ୍କୁ ପଟ୍ଟା ପ୍ରଦାନ କରିବାକୁ ଦାବୀ କରିଥିଲେ । ଉକ୍ତ ବୈଠକରେ ଓ୍ବାର୍ଡ ନମ୍ବର ଆଠର ଏକ କମିଟି ଗଠନ କରାଯାଇଥିଲା ।

କମିଟିରେ ଓ୍ବାର୍ଡମେମ୍ବର ମଦନ ମୋହନ ଦାସ, ଜୟ ଦାସ, ସୁରେନ୍ଦ୍ର ନାଥ ଦାସ, ରଘୁନାଥ ନାୟକ, ରମେଶଚନ୍ଦ୍ର ଗୌଡ଼, ପ୍ରଦୀପ ମୁନି, ନାରାୟଣଗୌଡ଼, ଅଶୋକ କୁମାର ପାଣିଗ୍ରାହୀ, ଡି.ମାମି ଓ ଯମୁନା ନାଇକକୁ ସଭାରେ ସର୍ବସମ୍ନତ୍ତି ମନୋନିତ କରାଯାଇଛି । ଉକ୍ତ ବୈଠକରେ କମିଟର ସମ୍ପାଦକ ଶକ୍ତି ପ୍ରସାଦ କର, ନଅ ନମ୍ବର ଓ୍ବାର୍ଡମେମ୍ବର ତଥା କାର୍ଯ୍ୟ କାରି କମିଟି ସଦସ୍ୟ କାହ୍ନୁଚରଣ ପାତ୍ର, ନିରଞ୍ଜନ ପଣ୍ଡା, ଗଜେନ୍ଦ୍ର କୁମାର ପାତ୍ର, ବୃନ୍ଦାବନ ସାହୁ, ମନୋରଞ୍ଜନ ସାହୁ, ମନୋଜ କୁମାର ସାହୁ ସମେତ ଉକ୍ତ ଓ୍ବାର୍ଡର ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ ।ଆଗାମୀ ରବିବାର ଦିନ ଅପରାହ୍ନରେ କମିଟର ବୈଠକ ହେବା ସ୍ଥିର ହୋଇ ସଭା ଭଙ୍ଗ କରାଯାଇଥିଲା ।

Leave A Reply

Your email address will not be published.