
ଭୁବନେଶ୍ବର: ଆସନ୍ତା ୧୭ରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଜାରି ହୋଇଥିବା ସଦ୍ୟ ବିଜ୍ଞପ୍ତି ଅନୁଯାୟୀ, OTETର ପେପର-୨ ପରୀକ୍ଷା ସମୟରେ ୩୦ ମିନିଟ୍ ପରିବର୍ତ୍ତନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟାରୁ ୪.୩୦ ପରିବର୍ତ୍ତେ ବର୍ତ୍ତମାନ ଏହି ପରୀକ୍ଷା ଅପରାହ୍ନ ୧.୩୦ରୁ ୪ଟା ଯାଏଁ ଅନୁଷ୍ଠିତ ହେବ।
ତେବେ ପେପର-୧ର ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ; ଏହା ସକାଳ ୯ଟାରୁ ୧୧.୩୦ ଯାଏଁ ହେବ। ଉଭୟ ପରୀକ୍ଷାରେ ଦିବ୍ୟାଙ୍ଗ ପ୍ରାର୍ଥୀମାନଙ୍କୁ ୫୦ ମିନିଟ୍ ଅଧିକ ସମୟ ମିଳିବ।
ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ଏହି ପରୀକ୍ଷା ପାଇଁ ରାଜ୍ୟର ୪୫୨ଟି କେନ୍ଦ୍ରରେ ମୋଟ୍ ୧,୬୦,୩୭୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ଓଟିଇଟି ପେପର-୧ ରେ ୪୭ ହଜାର ୭୨୦ ଜଣ ଓ ପେପର-୨ ରେ ୧ ଲକ୍ଷ ୧୨ ହଜାର ୬୫୯ ପରୀକ୍ଷାର୍ଥୀ ଅଛନ୍ତି। ମୋଟ ୪୫୨ ଟି ପରୀକ୍ଷା କେନ୍ଦ୍ର କରାଯାଇଛି ।