ପୀତବାସ ପଣ୍ଡା ହତ୍ୟା ମାମଲ :  ବିକ୍ରମଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ୍

add-all

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ୫ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ,ଆଇନଜୀବୀ ମଦନ ମୋହନ ଦଳାଇ, ସୁନିଲ ହୋତା ଓ ଶୂନ୍ୟ ଦାସଙ୍କ ଜାମିନ ଆବେଦନ ଖାରଜ୍ କଲେ ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ (ତୃତୀୟ) ବିବସ୍ବତ ଗୌତମ।

ସୂଚନାରୁ ମିଳିଛି ପୋଲିସ ପକ୍ଷରୁ ବିକ୍ରମ ପଣ୍ଡା ଙ୍କ ନାଁ ରେ ଆଉ ଦୁଇଟା ମାମଲା ରୁଜୁ କରାଯାଇଛି।ବିକ୍ରମ ପଣ୍ଡା ଜେଲରେ ଥାଇ ଷଡଯନ୍ତ୍ର କରୁଥିବା ନେଇ ପୋଲିସ ପକ୍ଷରୁ ଅଭିଯୋଗ କରାଯାଇଛି। ପୋଲିସ ପକ୍ଷରୁ ଘଟଣା ର ତଦନ୍ତ ଚାଲିଛି ବୋଲି ପିଟିସନ ମାନ୍ୟବର କୋର୍ଟ ରେ ଦାଖଲ କରାଯାଇଛି l ଯାହାକୁ ନେଇ ବିକ୍ରମ ପଣ୍ଡା ଙ୍କ ସମର୍ଥକ ମାନେ ନିରାଶ ହୋଇଥିବା ଦେଖିବାକୁ ମିଳିଛି l

ad-week
Leave A Reply

Your email address will not be published.