ନୟାଗଡ଼ ଜିଲ୍ଲାକୁ ପ୍ରଦୂଷଣ ମୁକ୍ତ ଲକ୍ଷ୍ୟ: ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର

add-all

ନୟାଗଡ଼ : ସମଗ୍ର ନୟାଗଡ଼ ଜିଲ୍ଲାକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପ୍ରକୃତି ବନ୍ଧୁ ତଥା ସାମାଜିକ ଓ ପରିବେଶ କର୍ମୀ ସୁକାନ୍ତ ଚୌଧୁରୀ ଓଡ଼ଗାଁ ବ୍ଲକରେ ଅନୁଷ୍ଠିତ ନୟାଗଡ଼ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକଙ୍କୁ ପ୍ରଦାନ କରିଛନ୍ତି । ପାଳ ପୋଡ଼ି, ଏକକ ବ୍ୟବହୃତ ପ୍ଲାଷ୍ଟିକ, ଡିଜେ ଧ୍ଵନୀ, ଅବାଧ ଚୋରା ଓ ବିଷାକ୍ତ ନିଶା କାରବାର, ବେପରୁଆ ଗାଡି ଚାଳନା, ଭୂତଳ ଜଳ ନିୟନ୍ତ୍ରଣ, ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ, ମାଟିଆ ଜନଜାତି ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ବର୍ଷ ବର୍ଷ ଧରି ସଚେତନତା ସୃଷ୍ଟି ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା ପରିବେଶ ରକ୍ଷକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ ଚୌଧୁରୀ ଦୃଢ଼ ଆଶାବାଦୀ ଅଛନ୍ତି ।ଆଜି ନହେଲେ କାଲି ପ୍ରଶାସନର ଆଖି ଖୋଲିବ କେବଳ ମାନବ କଲ୍ୟାଣ ପାଇଁ ନୁହେଁ ସମଗ୍ର ଜଗତର କଲ୍ୟାଣ ପାଇଁ ସଚେତନତା ନିମନ୍ତେ ଜନ ଆନ୍ଦୋଳନ କରାଯିବ ।କେବଳ ନୟାଗଡ଼ ଜିଲ୍ଲା ନୁହେଁ ଆମ ରାଜ୍ୟ ଓଡ଼ିଶା ସହିତ ଦେଶ ଭାରତ ମଧ୍ୟ ପ୍ରଦ୍ୟୁଷଣ ମୁକ୍ତ ହେବ।

ad-week
Leave A Reply

Your email address will not be published.