
ନୟାଗଡ଼:ଏକ ତରଫା ପ୍ରେମର କରୁଣ ପରିଣତି । ନାବାଳିକାକୁ ପିଟିପିଟି ହତ୍ୟା କରିବା ପରେ ବିଷ ପିଇ ଆତ୍ମହତ୍ୟା କରିଛି ପ୍ରେମିକ ।ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ମଗରବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ମୃତକ ଦ୍ବୟ ହେଲେ ମଗରବନ୍ଧ ଗାଁର ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ କୈଳାସ ନାୟକଙ୍କ ଝିଅ ସମୀକ୍ଷା ନାୟକ ।
ସମୀକ୍ଷାକୁ ଏକତରଫା ଭଲ ପାଉଥିବା ପୂର୍ଣ୍ଣଚନ୍ଦ୍ର ସାବିଦେଇପୁର ଶିବ ମନ୍ଦିରରେ ସମୀକ୍ଷାକୁ ଦେଖିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।ଏଥିରେ ପୂର୍ଣ୍ଣଚନ୍ଦ୍ର ରାଗିଯାଇ ପାଖରେ ପଡିଥିବା ଏକ ଲୁହା ପାଇପରେ ସମୀକ୍ଷାର ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲା ।ଘଟଣାସ୍ଥଳରେ ସମୀକ୍ଷାର ମୃତ୍ୟୁ ହେବା ପରେ ମନ୍ଦିର ପାର୍ଶ୍ଵରେ ଶବକୁ ଫିଙ୍ଗିବା ପରେ ପୂର୍ଣ୍ଣଚନ୍ଦ୍ର ବିଷ ପିଇ ଦେଇଥିଲା ।ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ସେଠାରେ ଡାକ୍ତର ସମୀକ୍ଷା ଙ୍କୁ ମୃତ ଘୋଷଣା କରିଥିଲେ।ପୂର୍ଣ୍ଣଚନ୍ଦ୍ର ଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ।ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସମୀକ୍ଷା ର ବାପା କୈଳାସ ନାୟକଙ୍କ ଅଭିଯୋଗ କ୍ରମେ ଶରଣକୁଳ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ଛାନଭିନ୍ କରିଛି । ଏହି ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଅନ୍ୟ ପକ୍ଷରେ ସମୀକ୍ଷାର ମଧ୍ୟ ବିଷପାନ କରି ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟତା ଜଣା ପଡ଼ିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।